STORYMIRROR

Binodini Dash

Fantasy

4  

Binodini Dash

Fantasy

ଆଜି କାହିଁ ଖାଁ ଖାଁ ଲାଗୁଛି

ଆଜି କାହିଁ ଖାଁ ଖାଁ ଲାଗୁଛି

1 min
13


ପରିବେଶଠାରୁ ସମାଜ ପର୍ଯ୍ୟନ୍ତ

ବଦଳଇ ସମୟ ଅନୁସାରେ

ଇଏ ତ ଅଟଇ ସଂସାରର ଗତି

ତାକୁ କିଏ କଅଣ ରୋକି ପାରେ ?


ସବୁଜିମା ଭରା ପ୍ରକୃତିର କୋଳ

ଯେବେ କେଉଁଠି ଦିଶଇ ଶ୍ରୀହୀନ

ଉଦାସିଆ ଭାବ ଢାଙ୍କଇ ମନକୁ

ଆପେ ଅପସାରି ସୁଖ ସପନ ।


ସମାଜ ସଂସ୍କୃତି ନୀତି ଆଦରଶ

ଲିଭି ଲିଭି ଯାଏ ପାଶ୍ଚାତ୍ୟ ସ୍ପର୍ଶେ

ଦେଖି ଦେଖି ଶାନ୍ତି ହଜେ ଦିନୁଦିନ

ସୁସ୍ଥ ଚେତନର ମନ ମାନସେ ।


ଶୁଭଇ ବି ସ୍ବର ପରିବର୍ତ୍ତନର 

ନିଜ ଘରଠାରୁ ବନ୍ଧୁ କୁଟମ୍ବ

ଶତ ଚେଷ୍ଟା କଲେ ହୁଏ ନାହିଁ ରୋକି

ଜୀବନେ ମିଳୁ କି ଶୁଭ ଅଶୁଭ ।


ଚଳେ ସିନା ବାଧ୍ୟେ ପ୍ରତିଟି ସ୍ଥଳରେ

ନିଜକୁ ଯେ କେହି ଖାପଖୁଆଇ

ଆଜି କାହିଁ ଖାଁ ଖାଁ ଲାଗୁଅଛି

ଅନ୍ତର ଭିତରୁ ମନ କହଇ ।।


Rate this content
Log in

Similar oriya poem from Fantasy