STORYMIRROR

Minakumari Tahala

Fantasy Inspirational Others

4  

Minakumari Tahala

Fantasy Inspirational Others

ନେତ୍ରେ ବ୍ରହ୍ମାଣ୍ଡ

ନେତ୍ରେ ବ୍ରହ୍ମାଣ୍ଡ

1 min
13


ଏ ବିଶ୍ୱ ବ୍ରହ୍ମାଣ୍ଡ ଶୂନ୍ୟ କ୍ଷେତ୍ର ଟିଏ 

ଅଟଇ ଯେ ଗୋଲାକାର 

ସେହି ଗୋଲାକାର ନୟନ ଦୁଇଟି

ପ୍ରଭୁ ଜଗନ୍ନାଥଙ୍କ ର।

ଚକା ଆଖି ମେଲି ଚାହିଁ ରହିଛନ୍ତି 

ଯେ ସଦାସର୍ବଦା ପାଇଁ 

ଜଗତ ର ହିତ ଜଗତ ଶୋଭିତ 

ସେହି ଚକା ଆଖି ଦୁଇ।

ସେ ଚକା ଆଖି ର ନୟନ ଭିତରୁ 

ବିଶ୍ଵ କଳ୍ପ ରୂପ ଅଂଶ 

ଦିଶେ ଖାଲି ଶୂନ୍ୟ ଆରମ୍ଭ ଯେଉଁଠି 

ସେଇଠି ହୋଇଛି ଶେଷ।

କେତେ କଳ୍ପନା ର ସ୍ରଷ୍ଟା ଙ୍କ ର ସୃଷ୍ଟି 

ନେତ୍ର ମଧ୍ୟେ ଦୃଶ୍ୟଗତ 

ଚକା ଚକା ଆଖି ଦୁଇ ଟିରେ ସତେ 

ରହିଛି ସାରା ଜଗତ।

ଶ୍ରୀ ଚକା ନୟନ ଶୂନ୍ୟ ରୁ ଉତ୍ପନ୍ନ 

ବ୍ରହ୍ମାଣ୍ଡ ର ହର୍ତ୍ତା କର୍ତ୍ତା 

କୀଟରୁ ପତଙ୍ଗ ତରୁ ଲତା ସର୍ବ 

 ଅଟେ ଯେ ଭାଗ୍ୟ ବିଧାତା।

ସେହି ଚକା ଆଖି ଶୂନ୍ୟ ର ଠାକୁରେ 

ଶୂନ ପରି ଆଖି ହୋଇ 

ବିଶ୍ଵ ବ୍ରହ୍ମାଣ୍ଡ କୁ ଶୂନ୍ୟ ନେତ୍ର ରେ

ରହିଛନ୍ତି ସଦା ଚାହିଁ।

ଯାହାଙ୍କ ନିର୍ଦ୍ଦେଶେ ଏସାରା ଜଗତ 

ହୁଏ ପୁଣି ଆତ ଯାତ 

ସେହି ପ୍ରଭୁ ଚକା ନୟନ ଚରଣେ 

ରହୁ ଭକ୍ତି ପ୍ରଣିପାତ।

ଏଛାର ଜୀବନ ବାୟୁ ରେ ନିର୍ମାଣ 

କ୍ଷଣକ ଭଙ୍ଗୁର ଟିଏ 

ଶୂନ୍ୟ ରୁ ଆସିଛି ଶୂନ୍ୟ ରେ ମିଶିବ 

ତାକୁ ବା ରୋକିବ କିଏ।

ପ୍ରଭୁ ଚକା ଆଖି ବ୍ରହ୍ମାଣ୍ଡ ର ପତି 

ଶୂନ୍ୟ ନେତ୍ରେ ଦେବେ ଚାହିଁ 

ଏ ଜୀବନ ପରା ସାର୍ଥକ ହୋଇବ 

ନେତ୍ରେ ବ୍ରହ୍ମାଣ୍ଡ କୁ ପାଇ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy