STORYMIRROR

Dr. Rajib Lochan Panigrahy

Romance Classics Fantasy

4  

Dr. Rajib Lochan Panigrahy

Romance Classics Fantasy

ଯେବେ ବର୍ଷା ଆସେ

ଯେବେ ବର୍ଷା ଆସେ

1 min
8

ଯେବେ ବର୍ଷା ଆସେ 

ଦେହ ମନ ସବୁ 

ଶିହରୀ ଉଠେ 

ବାହ୍ୟ ଉଷ୍ମତା 

ଯାଇଥିଲେ ବି କମି 

ଅଭ୍ୟନ୍ତର ର ଉଷ୍ଣତା 

ଯାଏ ବଢ଼ି 

ତୁମେ ପ୍ରିୟା 

ମନେ ପଡ଼ ଭାରି 

ସତେ ଯେମିତି 

ଅଛ ପାଖେ ଛାଇପରି |

ଗଛ ମାନେ ଛନ ଛନ 

ପିନ୍ଧି ନୁଆଁ ଶାଢ଼ୀ 

ମୋ ମନଟା ହୋଇଯାଏ 

ଚିରହରିତ ତୁମକୁ ଭାବି 

ଯେମିତି ତୁମେ ଆସିଛ 

ମୋ ପାଖକୁ ଘରୁ ବାହାରି |

ଏମିତି ଅନେକ ଯାଇଛି 

ଖରା ବର୍ଷା ଶୀତ 

ଏଇ ବର୍ଷା ଲାଗେ ନିଆରା 

କେମିତି କେମିତି 

ସତେ ଯେମିତି 

ତୁମେ ମେଘ ଅନ୍ଧାରୁ 

ଡାକୁଛ ହାତ ଠାରି |

ଯେବେ ବର୍ଷା ଆସେ 

ତୁମେ ମନେ ପଡ଼ ଭାରି 

ଆସ ଠାରେ ମୋ ପାଶେ 

ବରଷାରେ ଭିଜି ମୁଁ 

ଯାଉଛି ଥରି ଥରି 

ଜାବୁଡି ଧର ଥରେ 

ତୁମରେ ସେ 

ଦୁଇ ବାହୁକୁ ପଶାରୀ 

ପାଇଯିବି ମୁଁ ସରଗର 

ସୁଖ ଶାନ୍ତି ପ୍ରୀତି 

ରହିଯିବି ସେଠି 

ମେଷ ଶାବକ ପରି 

ଭିଜିବାକୁ ଭାରି ଇଚ୍ଛା 

ତୁମ ସଙ୍ଗେ ମିଶି 

ତୁମ ବିନା ହୋଇଛି

ମୁଁ ନିଃସଙ୍ଗ ଆଜି 

ବରଷାରେ ଭିଜିବାକୁ 

ଭଲ ଲାଗୁନି କିଛି | 

ମନେ ପଡେ ସେଦିନ 

ଅଦିନିଆ ବରଷାରେ 

ଭିଜାଇଥିଲ ଅତି 

ଡରୁଥିଲି ଭିଜାବାକୁ 

ବରଷାରେ ନିତି 

ବରଷାରେ ଭିଜିବାର 

ଦେଲତ ଶିଖାଇ 

ଏବେ ମୁଁ ଖାଲି

ଭିଜୁଛି ଆଉ ଭିଜୁଛି 

ଲୁହର ଲହୁର ବର୍ଷା ରେ 

ଜାଣିଛି ମୁଁ ତୁମେ 

କେବେ ଆସିବନି 

ତୁମ ନାହଁ ବୋଲି ଏଠି 

ଯେବେ ବର୍ଷା ଆସେ 

ମନେ ପଡ଼ ବେଶୀ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance