ଚାନ୍ଦରେ ଚନ୍ଦ୍ରବିନ୍ଦୁ
ଚାନ୍ଦରେ ଚନ୍ଦ୍ରବିନ୍ଦୁ
ଚାନ୍ଦରେ ଚନ୍ଦ୍ରବିନ୍ଦୁ ସବୁ ହସୁଥାଆନ୍ତି
ଚନ୍ଦ୍ରବିନ୍ଦୁ ଲେଖି ଦେଖେ ମାଟିକୁ
ମାଟିମା କୋଳେ ଧାନ କ୍ଷେତକୁ
ସବୁଠି ଦିଶେ ଚନ୍ଦ୍ରବିନ୍ଦୁ ଶେଷକୁ
ଭଲ ମୁଁ ପାଉଛି ଯେଣୁ ଜହ୍ନ ତାରାଙ୍କୁ
ଜହ୍ନ ଭିତରେ ଦିଶୁଛି ଖାଲି ଓଁ ଟେ
କେବେ କେବେ ଲାଗେ ଅଧା ଚାନ୍ଦ
ତଳେ ଛୋଟ ବିନ୍ଦୁ ଗୋଟେ
ଚାନ୍ଦିନୀ ରାତି ବଢେ ଭାବ ପୀରତି
ଅଢେଇ ଦିନ ଭିତରେ ଜହ୍ନମନସ୍କ
ଏମିତି କବିତା ଗୀତ ଗଳ୍ପ
ଜହ୍ନ ବିନା ଲାଗେ କେମିତି
ସ୍ମୃତିରେ ଜହ୍ନରେ ବୋଉ ମୁହଁ ଦିଶେ ନିଇତି
ଜହ୍ନ ଆଣେ ଶ୍ରାବଣରେ ଚୋରା ଚଇତି ସ୍ମୃତି
ନୂଆ ନୂଆ ଯୌବନର ଅସରନ୍ତି ସେ ରାତି
ଜେଜେଙ୍କ ଗୁଆକାତି ଜେଜୀର ଗପପେଡିର ସ୍ମୃତି
ଅଧା ଚାନ୍ଦ ଅଧା ସ୍ମୃତି ଦିଏ ଏମିତି
ଚନ୍ଦ୍ରବିନ୍ଦୁ ସହ ଜହ୍ନର ଆକୃତି
ଲାଗେ କବିତା ପଂକ୍ତି
ଜହ୍ନ କିଣେ ଗଢେ ଭାଙ୍ଗେ ସ୍ବପ୍ନ ନିଇତି
ଜହ୍ନ ବି ପ୍ରେମିକା ହୁଏ ମୌସୁମୀ ମାଟିର
ଭିଜା ଭିଜା ପ୍ରଥମ ତାତି
ଜହ୍ନକୁ ମୁଁ ଡାକେ ମାମୁଁ ପୁଣି ଡାକୁଥାଏ
ଦେ ଚନ୍ଦ୍ରବିନ୍ଦୁ କପାଳେ ଲେଖି ମାଖି ଯୋଖି
ତତଲା ନିଶ୍ୱାସେ ଜହ୍ନ ଦେଖାଏ ଫଗୁଣ ପ୍ରୀତି
ଚାନ୍ଦରେ ଚନ୍ଦ୍ରବିନ୍ଦୁ ଅସରନ୍ତି ଜନଶ୍ରୁତି
ପୁଣି ଅତିରୁ ଇତି ଆଉ ମେଘ ବିରତି
ସ୍ୱପ୍ନରେ ଚନ୍ଦ୍ରବିନ୍ଦୁ ଖେଳେ ବାଗୁଡ଼ି କିତିକିତି ।।
