STORYMIRROR

Sunanda Mohanty

Fantasy Others

4  

Sunanda Mohanty

Fantasy Others

ଚାନ୍ଦରେ ଚନ୍ଦ୍ରବିନ୍ଦୁ

ଚାନ୍ଦରେ ଚନ୍ଦ୍ରବିନ୍ଦୁ

1 min
259

ଚାନ୍ଦରେ ଚନ୍ଦ୍ରବିନ୍ଦୁ ସବୁ ହସୁଥାଆନ୍ତି 

ଚନ୍ଦ୍ରବିନ୍ଦୁ ଲେଖି ଦେଖେ ମାଟିକୁ

ମାଟିମା କୋଳେ ଧାନ କ୍ଷେତକୁ

ସବୁଠି ଦିଶେ ଚନ୍ଦ୍ରବିନ୍ଦୁ ଶେଷକୁ

ଭଲ ମୁଁ ପାଉଛି ଯେଣୁ ଜହ୍ନ ତାରାଙ୍କୁ

ଜହ୍ନ ଭିତରେ ଦିଶୁଛି ଖାଲି ଓଁ ଟେ

କେବେ କେବେ ଲାଗେ ଅଧା ଚାନ୍ଦ

ତଳେ ଛୋଟ ବିନ୍ଦୁ ଗୋଟେ

ଚାନ୍ଦିନୀ ରାତି ବଢେ ଭାବ ପୀରତି

ଅଢେଇ ଦିନ ଭିତରେ ଜହ୍ନମନସ୍କ

ଏମିତି କବିତା ଗୀତ ଗଳ୍ପ

ଜହ୍ନ ବିନା ଲାଗେ କେମିତି

ସ୍ମୃତିରେ ଜହ୍ନରେ ବୋଉ ମୁହଁ ଦିଶେ ନିଇତି

ଜହ୍ନ ଆଣେ ଶ୍ରାବଣରେ ଚୋରା ଚଇତି ସ୍ମୃତି

ନୂଆ ନୂଆ ଯୌବନର ଅସରନ୍ତି ସେ ରାତି

ଜେଜେଙ୍କ ଗୁଆକାତି ଜେଜୀର ଗପପେଡିର ସ୍ମୃତି

ଅଧା ଚାନ୍ଦ ଅଧା ସ୍ମୃତି ଦିଏ ଏମିତି

ଚନ୍ଦ୍ରବିନ୍ଦୁ ସହ ଜହ୍ନର ଆକୃତି

ଲାଗେ କବିତା ପଂକ୍ତି

ଜହ୍ନ କିଣେ ଗଢେ ଭାଙ୍ଗେ ସ୍ବପ୍ନ ନିଇତି

ଜହ୍ନ ବି ପ୍ରେମିକା ହୁଏ ମୌସୁମୀ ମାଟିର

ଭିଜା ଭିଜା ପ୍ରଥମ ତାତି

ଜହ୍ନକୁ ମୁଁ ଡାକେ ମାମୁଁ ପୁଣି ଡାକୁଥାଏ

ଦେ ଚନ୍ଦ୍ରବିନ୍ଦୁ କପାଳେ ଲେଖି ମାଖି ଯୋଖି

ତତଲା ନିଶ୍ୱାସେ ଜହ୍ନ ଦେଖାଏ ଫଗୁଣ ପ୍ରୀତି

ଚାନ୍ଦରେ ଚନ୍ଦ୍ରବିନ୍ଦୁ ଅସରନ୍ତି ଜନଶ୍ରୁତି

ପୁଣି ଅତିରୁ ଇତି ଆଉ ମେଘ ବିରତି

ସ୍ୱପ୍ନରେ ଚନ୍ଦ୍ରବିନ୍ଦୁ ଖେଳେ ବାଗୁଡ଼ି କିତିକିତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy