STORYMIRROR

Dr. Rajib Lochan Panigrahy

Classics Fantasy Inspirational

4  

Dr. Rajib Lochan Panigrahy

Classics Fantasy Inspirational

ଅଣବସରେ ଜଗନ୍ନାଥ

ଅଣବସରେ ଜଗନ୍ନାଥ

1 min
288

କେବେଠୁ ମନଭରି ଗାଧୋଇ ନ ଥିଲ ବୋଲି

ଜ୍ୟେଷ୍ଠ ପୂର୍ଣ୍ଣମୀରେ ଜ୍ୟେଷ୍ଠ ଭାଇସଙ୍ଗେ

ଭଉଣୀ ସୁଭଦ୍ରା ଙ୍କୁ ନେଇ

ସୁଶୀତଳ କୂଅ ଜଳକୁ ଅଜାଡ଼ି ଶରୀରେ

ପକାଇଲ ଗାଧୋଇ ହେ କଳା ସାଇଁ

ଗୋଟିଏ ନୁହଁ କି ଦୁଇ

ଏକ ସହ ଆଠ ମାଠିଆ ଜଳରେ

ଶ୍ରୀଅଙ୍ଗକୁ ହେଲ ଧୋଇ

ଶ୍ରୀମନ୍ଦିରୁ ବାହାରି ସ୍ନାନ ମଣ୍ଡପରେ

ଭକ୍ତଙ୍କୁ ଦେଖି ହେଲ ଗାଧୋଇ

ଅସହ୍ୟ ନିଦାଘକୁ ସହି ନ ପାରି

ଲାଗିଗଲାକି କାହା ନଜର

ହେ କଳା ସାଇଁ

ଭୀଷଣ ଜ୍ୱରରେ ତୁମେ ଗଲ ଶୋଇ

ଗମ୍ଭୀରା ଭିତରେ ଶୋଇଲ

ପଥି ପାଚନ ଖାଇ

ଦେବ ବୈଦ୍ୟଙ୍କ ସେବା ପାଇ

ଦର୍ଶନ ପାଇଁ ଭକତ ହେଉଛନ୍ତି ଘାରି

ପଟ୍ଟଚିତ୍ର ତୁମ ଦର୍ଶନ କରି

ଲଭନ୍ତି ସନ୍ତୁଷ୍ଟ ଶ୍ରୀମନ୍ଦିର ଯାଇ

ଅବା ଅଲାରନାଥ ଯାଇ

ଏ କି ଲୀଳା ଲଗାଇଛ ପ୍ରଭୂ

ଭକତଙ୍କୁ ଦେଖା ନ ଦେଇ

ଆସିବ ନିଶ୍ଚେ ସୁସ୍ଥ ହୋଇ

ନବ କଳେବର ରୂପେ

ଭକତଙ୍କୁ ଦେଖିବା ପାଈଁ

ହେଲେ ବୁଝି ମୁଁ ପାରୁନି

ହେ ବିଶ୍ୱ ନିୟନ୍ତା

ଅସୁସ୍ଥ ହେଲ କେମିତି

ଜଗତର ନାଥ ହୋଇ 

ଶାନ୍ତି ହେବାକୁ ପଡୁଛି ଏବେ

ତୁମ ପଟଚିତ୍ରକୁ ଦରଶନ କରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics