STORYMIRROR

Dambaru Gouda

Romance Fantasy Others

4  

Dambaru Gouda

Romance Fantasy Others

ପ୍ରେମର ଅନୁଭୁତି

ପ୍ରେମର ଅନୁଭୁତି

1 min
313

ପ୍ରେମ କେତେବେଳେ 

କୁନି ବଗିଚା ଭିତରେ

ଛୋଟ ଗୋଲାପର କଢି

ପ୍ରେମ କେତେବେଳେ

ପୁନେଇଁ ଜହ୍ନର

ଶୀତଳ କିରଣ ଭଳି ।


ପ୍ରେମ ମାନେ ଖାଲି

ନୁହଁଇ ଆନନ୍ଦ

ପ୍ରମ କଲେ ଯିବ ଜାଣି 

ପ୍ରେମ କେବେ କେବେ

ରାତି ଅନିଦ୍ରା ରେ ବିତେ

କେବେ ବିତେ କାନ୍ଦି କାନ୍ଦି ।


ଏମିତି କି କେହି 

ମଣିଷଟେ ନାହିଁ

ଥରେ କରି ନାହିଁ ପ୍ରେମ ଯେ

ଥରେ ନା ଥରେ

ପ୍ରେମ ଋତୁ ଆସି

ହୃଦୟକୁ ଦିଏ ଛୁଇଁ ।


ପ୍ରେମ କେତେବେଳେ

ଲାଗେ ରସଗୋଲା ଭଳି 

ପାଟିକୁ ଦିଏ ପୁରା ବାନ୍ଧି

ପ୍ରେମ ନୁହେଁ ଖାଲି

ଲୁହର ଶ୍ରାବଣ 

ପ୍ରେମ ଭଗବାନ ଙ୍କର ସୃଷ୍ଟି ।


ପ୍ରେମ କେତେବେଳେ ଆସେ

ସ୍ୱପ୍ନର ପରୀଟିଏ ହୋଇ

କହେ ମୋ କଥା ଶୁଣ

ପ୍ରେମ କେତେବେଳେ

କାହା ସାଥେ ହୁଏ

ପ୍ରେମିକତ ନିଜେ ଜାଣେନା

ପ୍ରେମରେ ପଡିଲେ ଓଠ ତୂନି ରହେ

କଥା କହେ ସିନା ଆଖିପତା

ଆଖିରେ ଆଖିରେ 

ନିରବରେ ଆସି

ଭାଙ୍ଗି ଦିଏ ନିରବତା ।


ଧିରେ ଧିରେ ପ୍ରେମ

କେତେ ସ୍ୱପ୍ନ ଦିଏ

ସପନବି ନିଜେ ଜାଣେନା

ପ୍ରେମ କେତେବେଳେ

କାହା ସାଥେ ହୁଏ

ପ୍ରେମିକତ ନିଜେ ଜାଣେନା ।


ପ୍ରେମ କେବେ ଲାଗେ

ଭାରି ଭୟଙ୍କର

ଡର ଲାଗେ ଦେଖି ଛାଇ

ପ୍ରେମ କେତେବେଳେ

ରୁଦ୍ର ରୂପ ଧରି

ହୃଦୟକୁ ଦିଏ ଜାଳି

ବୁଝି ମୁଁ ପେରେନା

ତା ମନ ଭାବନା

ଚିନ୍ତା ଯାଏ ବଢି ବଢି ।"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance