STORYMIRROR

Arjuni charan Behera

Fantasy Others

4  

Arjuni charan Behera

Fantasy Others

ସୁଆଦିଆ ଫଳ ପଣସ

ସୁଆଦିଆ ଫଳ ପଣସ

1 min
212


ପିଲା ଦିନେ ଶୁଣିଥିବ ଭାଇ ଏକ କଥା l

କାଉ ଖାଇଲା ପଣସ ବଗମୁଣ୍ଡେ ଅଠା ll

ହନୁ ଭଲ୍ଲୁକକୁ ଯାହା ଲାଞ୍ଚଦେଲା ନେଇ l

ସେହି ପଣସ କାହାଣୀ ଶୁଣ ମନଦେଇ ll

ଗ୍ରୀଷ୍ମ ମଣ୍ଡଳୀୟ ଫଳ ଅଟେ ଏ ପଣସ l

ଏସିଆ ମହାଦେଶରେ ବିସ୍ତୃତ ଆ ଚାଷ ll

ସବୁଠାରୁ ବଡ଼ ଫଳ ନାମେ ସେ ପ୍ରସିଦ୍ଧା l

ପଣସଚୋରାଇ ଜଗବନ୍ଧୁ ହେଲେ ବନ୍ଧା ll

ଚମ୍ପାଫୁଲିଆ ରଙ୍ଗର କୋଷା ତାର ଗୋଟି l

ପାଚିଲେ ପଣସ ତଳେ ପଡ଼ି ଯାଏ ଫାଟି ll

ସୁଆଦ ଅଟେ ତାହାର ଅମୃତର ପ୍ରାୟେ l

ପଣସ ତୋଳିକି ଭାଲୁ ଜଙ୍ଗଲରେ ଖାଏ ll

ସଂସ୍କୃତରେ ପନସ ସେ ବଙ୍ଗରେ କଠାଲ l

ପାଟିରୁ ଛାଡ଼ିବ ନାହିଁ ତା କଠାର ଝୋଳ ll

ଦାମିକା ଅଟଇ ଭାରି କଠାଲ ତା' କାଠ l

ତିଆରି ହୁଅଇ ଖଟ, କବାଟ, ଚୌକାଠ ll

ଜାତୀୟଫଳ ଅଟେ ସେ ବଙ୍ଗଳାଦେଶର l

ନୀଳ ନୀଳ ଦେହ ତାର ଅତୀବ ସୁନ୍ଦର ll

ସିଂହଳରେ ଅଟେ ମଧ୍ୟ ସେ ଜାତୀୟଫଳ l

ଭାରତରେ ରାଜ୍ୟଫଳ ତାମିଲ କେରଳ ll

ତାମିଲନାଡୁ ପଣସେ ଅଗ୍ରଣୀ ହେ ଭାଇ l

ଓଡ଼ିଶା ଆମର ଜମା ପଛେ ରହି ନାହିଁ ll

ମୁଖେ ବାଜି ଗଲେ ପକ୍ବ ପଣସର ସ୍ଵାଦ l

ଗ୍ରୀଷ୍ମେ କଟିଯାଏ ମହାଗ୍ରୀଷ୍ମ ଅବସାଦ ll

ସ୍ଵାଦିଷ୍ଟ ଏ ଫଳ ଯାହା ସରଜିଲେ ବିଭୁ l

ଲୋଭକରି ବେଶିକରି ଖାଇବନି ବାବୁ ll

ପାଚିଲା ପଣସ ଖାଇ ପାଳ ରଜ ପର୍ବ l

ପଣସ ଆମଦେଶର ଗରଵ ଗୌରବ ll

       


Rate this content
Log in

Similar oriya poem from Fantasy