STORYMIRROR

Geetanjali Prusty

Fantasy

4  

Geetanjali Prusty

Fantasy

ଦେବ ଦାସୀ

ଦେବ ଦାସୀ

1 min
334


ତୁମ ପାଇଁ ପ୍ରଭୁ ମଥାରେ ପିନ୍ଧିଛି

ସୋହାଗ ସିନ୍ଦୁର ବିନ୍ଦୁ

ହାତରେ ପିନ୍ଧିଛି ନାଲି ଶଙ୍ଖା ଚୁଡ଼ି

ପାରି ହେବି ଭବ ସିନ୍ଧୁ

ଦେବଦାସୀ ହେଇ ନାଚୁଥିବି ମୁହିଁ

ତୁମେ ମୋର ପ୍ରିୟ ବନ୍ଧୁ l


ଲୋଡ଼ାନାହିଁ ଧନଜନ

ଲୋଡ଼ା ନାହିଁ ଯଉବନ

ଦେବଦାସୀ ଲୋଡ଼େ ପାଦରେ ଶକତି

ନାଚିବାକୁ ଗଣ୍ଠିଧନ

ଚାହିଁ ଦେଖୁଥିବ ମୋ ନୃତ୍ୟକୁ ତୁମେ

ପ୍ରିୟ ମୋ ଚକାନୟନ l


ଦେବଦାସୀ ମୋତେ କରିଦିଅ ପ୍ରଭୁ

ନାଚିବି ଜୀବନ ସାରା

ଭୁଲି ମୋହ ମାୟା ଜୀବନ ଜଂଜାଳ

ଦେଵି ତୁମ ପାଶେ ଧରା

ତୁମେ ମୋର ଶଙ୍ଖା ତୁମେ ମୋ ସିନ୍ଦୁର

ପିନ୍ଧି ହେବି ଆତ୍ମହରା l


ତୁମେ ମହାବାହୁ ରସିକ ଠାକୁର

ମାନବୀୟ ଲୀଳା କରି

ଖାଇ ଖୁଆଉଛ ନୃତ୍ୟବି ଦେଖୁଛ

ମର୍ତ୍ତ୍ୟେ ଦେବଦାସୀ କର ।


Rate this content
Log in

Similar oriya poem from Fantasy