ରଜ ମଉଜ
ରଜ ମଉଜ
ଆସିଗଲା ରଜ ମଉଜ
ଝିଅ ବୋହୁ ସବୁ ହେଲେଣି ସଜ
ଆସିଗଲା ରଜ ମଉଜ l
ନୂଆ ଶାଢ଼ୀ ଚୁଡି ଅଳତା ଲଗାଇ
ବିଭିନ୍ନ ପ୍ରକାର ହୁଅନ୍ତି ସଜ
ତାସ ଲୁଡୋ ଆଉ ରଜ ଦୋଳିଖେଳ
ପାନ ଖାଇ ଓଠ ରଂଗାନ୍ତି ଆଜ l
ପୋଡପିଠା ସାଙ୍ଗୁ ଆମ୍ବୁଲ ରାଇ ଟି
କରିବା କୁ ଏବେ ଲାଗୁଚି ଲାଜ
ମାଗି ଚଉମିନ ବିରିୟାନୀ ଖାଇ
ଏବେ ପିଲା ସବୁ ପାଳନ୍ତି ରଜ l
ପୃଥିବୀ ମାତା ଟି ରଜସ୍ୱଳା ହୋଇ
ଶସ୍ୟ ଉତ୍ପନ କୁ ହୁଅଇ ସଜ
କୃଷକ ମାନଙ୍କ ମନ ଟି ଆନନ୍ଦ
ରଜ ପାଳିବାକୁ ସେ ସଜବାଜ l ପୃଥିବୀ ବାସୀଙ୍କୁ ଆହାର ଯୋଗାନ୍ତି
ସେଥିପାଇଁ ସର୍ବେ ପାଳନ୍ତି ରଜ
ଏ ଓଡ଼ିଆ ଜାତି କେତେ ଯେ ଉନ୍ନତ
ଏପର୍ବ ରୁ ତୁମେ ଏତକ ବୁଝ l
ଏ ଭାଷା ଜ୍ଞାନ କୁ ନ ବୁଡ଼ାଅ ଭାଇ
ପର୍ବର ମହତ୍ୱ ଟିକିଏ ବୁଝ
ସାଧାରଣ ପର୍ବ ବୋଲିତ ନ ଭାବ
ବହୁ ତତ୍ତ୍ୱ ଅଛି ଧ୍ୟାନ ରେ ହେଜ l
ଆସିଗଲା ରଜ ମଉଜ
ଝିଅ ବୋହୁ ସବୁ ହେଲେଣି ସଜ ଆସି ଗଲା ରଜ ମଉଜ l
