STORYMIRROR

Anam Charan Sahoo

Fantasy Others

3  

Anam Charan Sahoo

Fantasy Others

କେତେ ବଗିଚାର

କେତେ ବଗିଚାର

1 min
103

କେତେ ବଗିଚାର ସୁମନ ସମ୍ଭାର

ଜୀବନେ ଥିଲି ମୁଁ ଦେଖି

ଦେଖି ତବ ରୂପ ଲାଳିତ୍ଯ ଲାବଣ୍ଯ

ନୟନ ରହିଲା ଲାଖି ।୦।

ହେ ଏଣୀ ନୟନା କଲନାହିଁ ମନା

ଡାକିନେଲ ପାଶେ ମୋତେ

କହି ମୃଦୁଭାଷ ଭରିଲ ହରଷ

ରହି ମୋର ସାଥେ ସାଥେ

ହାତ ଧରି ମୋର ଗଢିବ ସଂସାର

ଚାହାଣୀରେ ଦେଲ ଲେଖି ।୧।

ମନକୁ ମନରେ ମିଶାଇ ସାଥିରେ

ଛାଡିଗଲ କେତେ ସ୍ମୃତି

ମରୁବାଲି ଭରା ଜୀବନେ ସାହାରା

ହୋଇ ଦୁଃଖ କଲ ଇତି

ସିନ୍ଥିରେ ସିନ୍ଦୂର ଯେବେ ଦେଲି ତୋର

ହୋଇଲ ତୁମେ ମୋ ସଖି ।୨।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy