STORYMIRROR

Prafulla Chandra Mishra

Fantasy

4  

Prafulla Chandra Mishra

Fantasy

ବିରହ

ବିରହ

1 min
329


ବିରହି ଜୀବନ ହୁଏ ଛଟପଟ ଯାହା ଚିନ୍ତା ମନେ ଭାଳି

ଯା’ପାଇଁ ଜୀବନ ବିକଳ ହୁଏ ସେ ମନ ସ୍ଵପ୍ନ ନୀଳପରୀ

ଆଖି ରେ ନାଚେ ତା ଚାରୁ ଚିତ୍ରପଟ ମନେପଡେ ସ୍ନେହ ଶ୍ରଦ୍ଧା

ଦେହ ସିନା ଏଠି ମନ ପ୍ରାଣ ସବୁ ତା ପାସେ ପଡିଛି ବନ୍ଧା ।।


ବିରହ ଅନଳ ଜଳେ ନାହିଁ କିନ୍ତୁ ଜଳି ପୋଡିଯାଏ ମନ

ବିରହ ର ଜଳ ବରଷଇ ନାହିଁ ଓଦା ହୁଏ ତନୁ ମନ

ବିରହ,ମିଳନ, ବିଚ୍ଛେଦ, ବନ୍ଧନ ଆନନ୍ଦ ନିରାନନ୍ଦ ରେ

ମଣିଷ ଜୀବନ କଟଇ ଏମିତି ସଂସାର ରଙ୍ଗମଞ୍ଚରେ ।।


ବିରହରେ ଯକ୍ଷ ପତ୍ର ଲେଖିଦେଇ ମେଘକୁ କରିଛି ଦୂତ

ବିରହ କାହାଣୀ ଲିଖିତ ସୁନ୍ଦର ଲୁହ ଭରା ଗୋଟେ ଚିତ୍ର

ପ୍ରେରଣ କରିଛି ପ୍ରୀୟା ପାସେ ତା’ର କ‌ହିଛି ବିରହ କଥା

କେତେ ଦୁଃଖମୟ ବିରହି ଜୀବନ ଜାଣେ ଯେ ଭୋଗେ ସେ ବ୍ୟଥା ।।


ମିଳନ ପିଆସୀ ବିରହି ସପନ ସତ ଯେବେ ଯାଏ ହୋଇ

କୋଟିନିଧି ଅବା ସରଗର ଶଶି ହାତେ ଖେଳେ ଧରା ଦେଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy