Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jharana Rout

Fantasy Inspirational

4  

Jharana Rout

Fantasy Inspirational

ଜୀବନ

ଜୀବନ

1 min
306



ଜୀବନ ଏକ ଅଙ୍କା ବଙ୍କା ରାସ୍ତା

   ଏହି ଜୀବନ ଚକ୍ର ବିହୁରେ

କେବେ କଣ୍ଟକିତ କେବେ ପୁଲକିତ

    ଏହି ଜୀବନ ମଞ୍ଚରେ ||


ଜୀବନ ଏକ ଆଶା ଅଭିଳାଷ

   ଏ ଜୀବନ ବିଶ୍ଵାସରେ 

କେବେ ନିରାଶ କେବେ ପୂର୍ଣ୍ଣ 

   ଏ ଜୀବନ ରାସ୍ତାରେ ||


ଦୁଃଖ ଆସିବ କଳା ବାଦଲ ପରି 

    ଦୁଃଖରେ ଭାଙ୍ଗି ପଡିବନି 

ଧୈର୍ଯ୍ୟର ସହ ମୁକାବିଲା କରିଲେ 

    ନିଶ୍ଚୟ ବାଟ ମିଳଇ ||


ପର ଦୁଃଖେ ଦୁଃଖୀ ହୁଅ 

  ଏହି ଆମ ଗୋଟେ ପରିବାର 

ହିଂସା ଇର୍ଷା କର ନାଁହି କାହା ପାଁଇ 

   ସାହା ହେବେ କଳାଠାକୁର ||


ବିପଦ ଆସିବ ଜୀବନରେ କେତେ 

   ସବୁ ସାମ୍ନା କରି ଶିଖ 

ବିପଦ ବେଳେ କାତର ନ ହୁଅ 

  ଏହି ପରା ଆମ ଜୀବନ ||


ସୁଖ ଦୁଃଖ ଦୁଇଟି ମିଶ୍ରଣ 

   କେବେ ଦୁଃଖ କେବେ ସୁଖ

ଏହି ନିୟମକୁ କିଏ ବଦଳାଇବ 

  ଏହି ପରା ଆମ ଜୀବନ ||

    

      


Rate this content
Log in

Similar oriya poem from Fantasy