Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Fantasy Inspirational Others

4  

Bharatabandhu Biswal

Fantasy Inspirational Others

ଅମୃତ ସନ୍ତାନ

ଅମୃତ ସନ୍ତାନ

1 min
368



ମୁଁ ନାଦ, ମୁଁ ବିନ୍ଦୁ ମଳୟ, ମୁଁ ଅମୃତ ଅକ୍ଷର 

ଛୁଇଁ ଯିବି ବହିଯିବି ପ୍ରାଣରୁ ପ୍ରାଣକୁ 

ସୃଜିବାକୁ ଚାହେଁ ମୁଁ ଜୀବନ ଓଁକାର ।

ଚିରନ୍ତନୀ ସତ୍ୟ ଶାନ୍ତି ସ୍ନେହ ପ୍ରେମ

ମୁଁ ଅବ୍ୟକ୍ତ ଜୀବନର ମନ୍ତ୍ର,

କୋମଳ ଶୀତଳ ସ୍ପର୍ଶ ଚନ୍ଦନ ମଧୁ ସୁବାସ

ମୁଁ କୋକିଳ କୁହୁ କୁହୁ ସ୍ୱନ ।

ଇନ୍ଦ୍ରଧନୁ ସପ୍ତରଙ୍ଗ ମୁଁ ଅବିର ରଙ୍ଗ ରୂପ

ରସ ଆଉ ରାସ,

ପୁଷ୍ପରାଗ ସୁରଭି ମୁଁ ସବୁଜିମା ଜୀବନର

ଅୟରାମ୍ଭ ଉତ୍ସ ।

ମୁଁ ପ୍ରକୃତି ମାଟି ମାଆ ପଞ୍ଚଭୂତ ଜଡ଼ ପ୍ରାଣ

ସର୍ବ ଆଦିମୂଳ,

ମୋ ସ୍ଥିତି ରେ ସୃଷ୍ଟି ସମ୍ଭବ ମୁଁ ତୁମ୍ଭେ ଆମ୍ଭେ

ମୋ ପ୍ରଳୟେ ନାଶ ଅମଙ୍ଗଳ ।

ମୁଁ ଶିବ ବ୍ରହ୍ମା ବିଷ୍ଣୁ ବିଦ୍ୟମାନ ଘଟେ ଘଟେ

ଅବିନାଶୀ ବ୍ରହ୍ମ,

ସକାରଣ ଚରାଚର ଜଗତ କଲ୍ୟାଣ

ସରବେ ମୋ ଅମୃତ ସନ୍ତାନ ।।


Rate this content
Log in

Similar oriya poem from Fantasy