STORYMIRROR

Bharatabandhu Biswal

Fantasy Inspirational Others

4  

Bharatabandhu Biswal

Fantasy Inspirational Others

ବରଷା

ବରଷା

1 min
396


ବରଷା ଏ ସନ ଥମିବାର

ନାଁ ଧରୁଛି କେଉଁଠି ?


ଚାତକ ପ୍ରାୟ କବି ଏବଂ ଭାବୁକ,

ଜଳଜଳ ଚାହିଁଛନ୍ତି

ସକଳ ଦର୍ଶକ ।


ନୀଳ ନୀଳ ଚାରୁଚିତ୍ରପଟ୍ଟେ

କେତେ କେତେ କିସମର କଳାଧଳା ଛବି,

ଭାସି ଭାସି ଯାଉଛି ବାଦଲ 

ସୁସଜ୍ଜିତ ସବାରି ପାଲିଙ୍କି, 

ସ୍ମୃତି ଛବି ସାଉଁଟି ସଞ୍ଜରେ

ଜହ୍ନ ସାଥେ ଲୁଚକାଳି ଖେଳେ,

ପକ୍ଷମେଲେ ସୁନାମୁଖି ମେଘପରୀ,

ବରଷାନୀ ରାଜଜେମା

ଲାଗେ ଅସହଜ,

ସ୍ୱପ୍ନ ହୁଏ ସୁନ୍ଦର ସବୁଜ ।


କର୍ମ ଭକ୍ତି ଜ୍ଞାନ ଯୋଗ

ବ୍ୟାସଦେବ ମହାନ ବିଭୂତି,

ପଦୁ ହୁଏ ପ୍ରବାହିତ

ଦିବ୍ୟ ଛନ୍ଦ ଗାୟତ୍ରୀ ସାବିତ୍ରୀ,

ଧାରା ସଦା ସୁପବିତ୍ର

ସୁନିର୍ମଳ ସାନ୍ନିଧ୍ୟରେ ଯାର

ସମୁଜ୍ଜ୍ୱଳେ ସମୁଦ୍ଭାସେ

ସୁ-ସଂସ୍କାର ଆତ୍ମ ପ୍ରତିବିମ୍ବ ।


ହିଂସା ଦ୍ୱେଷ ସ୍ନେହ ପ୍ରେମ 

ଅଭିମାନ, ଏତେସବୁ

ଯୁଦ୍ଧ ଘନଘଟା,

ଜୀବ ମୁକ୍ତି ସାର୍ଥକ ସ୍ୱଧର୍ମ ସ୍ୱସ୍ତି 

ବ୍ୟାସ ସିଦ୍ଧି ଭାବନା କଳ୍ପନା

ଅବିକଳ ଲିପିବଦ୍ଧ,

ସମ୍ମୁଖେ ବିରାଜମାନ ଲିଖନହସ୍ତେ

ସ୍ୱୟଂ ଶ୍ରୀ ଗଣେଶ ।


ବର୍ଷଣମୁଖୀ ଉଭୟ

ବେଦ ଏବଂ ମେଘ ସବୁ,

ନିମୀଳିତ ଚକ୍ଷୁ,

ଭିଜିବାକୁ ମନପ୍ରାଣ,ଏ ପୃଥିବୀ 

ପଶୁପକ୍ଷୀ ସ୍ଥାବର ଜଙ୍ଗମ,

ଚର୍ତୁଧାରେ ଗତିଶୀଳ ବ୍ୟଗ୍ର ।


ଗୀତୋପନିଷଦ ଆଉ

ତ୍ରିବେଣୀ ସଙ୍ଗମ

ସଞ୍ଚରେ ଅମୃତ କଣ;

ଏଣୁ ସମାବେଶ,ସନ୍ନିବେଶ

ଏଣୁ ଏକାକାର ।


ଅର୍ଥ ବହୁ ଭାବପୂର୍ଣ୍ଣ

ରଙ୍ଗ ଭରେ ପଞ୍ଚୁବର୍ଣ୍ଣ ,

କିନ୍ତୁ ଏ ସଂସାର ଅପସ୍ମାର

ଅପମିଶ୍ର ରୋଗ ବ୍ୟାଧି ଗ୍ରସ୍ତ,

ଅର୍ଥ ଖୋଜେ ଗୋବର ଗଣେଶ,

ଏ ସମ୍ବନ୍ଧ ମଧୁଯୁକ୍ତ ବିଷ ବା ଅମୃତ

ଭେଦ ବା ଅଭେଦ ମୂଳ

ପୂରକ ବା ଅପୂରକ,

ବିଚିତ୍ର ଅସମାହିତ

ଛାୟା ମାୟା ଖେଳ;

ବରଷା ଦୁହିତା ସ୍ଥିତି

ସୁମଙ୍ଗଳ ଅମଙ୍ଗଳ ବିଧି ଓ ବିଧାନ

ଏ ମହା ଘୋର ସଙ୍କଟ 

ଦୁର୍ବୋଧ୍ୟ ଦୁରୂହ ।

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy