Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Classics Fantasy Others

4  

Jayashree Maharana

Classics Fantasy Others

ହୋଲିର ପାର୍ବଣ

ହୋଲିର ପାର୍ବଣ

1 min
345


ସଭ୍ୟତାର ମୂଳାଧାର ପ୍ରଥା ପରମ୍ପରା

ସଂସ୍କୃତିର ବାର୍ତ୍ତାବହ ରୀତିନୀତି ଭରା

ଭାରତୀୟ ପରମ୍ପରା ସବୁଠୁ ନିଆରା

ଜୀବନ ଜଞ୍ଜାଳ ପଥେ ଖୁସିର ପସରା ।


ବାରମାସେ ତେର ପର୍ବ ପର୍ବାଣୀ ଆସର

ଧାର୍ମିକ ଭାବନା ଉତ୍ସ ଭକ୍ତି ବିଶ୍ୱାସର

ଅମୃତ ଆଶିଷ ଧାରା ଶାନ୍ତି ପୀରତିର

ଦୁଃଖକ୍ଳେଶ ନାଶକାରୀ ଶକ୍ତି ଆନନ୍ଦର ।


ଫଗୁଣର ପୁଣ୍ୟ ତିଥି ହୋଲିର ପାର୍ବଣ

ଫଲ୍ଗୁ ଅବୀର ସାଥିରେ ରଙ୍ଗର ମେଳଣ

ହୋଲି ଖେଳେ ମଜ୍ଜିଛନ୍ତି ଶ୍ରୀରାଧା ମୋହନ 

ଝରାଇ ଧରାରେ ଶାଶ୍ୱତ ପ୍ରୀତିର ପ୍ଳାବନ ।


ସେ ଅମୃତ ଆଶିଷରେ ଭୁଲି ଦୁଃଖକ୍ଳେଶ

ଉଲ୍ଲାସରେ ନୃତ୍ୟରତ ସକଳ ମନୁଷ୍ୟ ।



Rate this content
Log in

Similar oriya poem from Classics