Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Romance Fantasy

4  

kahnu charan sahu

Romance Fantasy

ଚିରା କାଗଜ

ଚିରା କାଗଜ

1 min
326


ଚିଠିଟିଏ ଦିନେ କେଢ଼େ ସାରାଗରେ 

ଲେଖିଥିଲି ପ୍ରିୟା ପାଇଁ

ପଢୁ କି ନ ପଢୁ ହୃଦୟର ଭାବ

ଖୁସି ହେବି ଦେଲେ ଛୁଇଁ ।


ରାଜଜେମା ପରି ରୂପଟି ପ୍ରିୟାର

ଓଠଯେ ଗୋଲାପ ହାଟ

ହସିଦିଏ ଯେବେ ସେ ଗୋଲାପୀ ଓଠେ

ଭୁଲିଯାଏ ମନ ବାଟ ।


କାଗଜ ଦେହରେ ଗୁନ୍ଥିଥିଲି ଶବ୍ଦ

ସାଇତି ପ୍ରଥମ ପ୍ରେମ

ହସିଦେଲା ଗୋରୀ ଚିଠି ହାତେ ଧରି

ଭାବିଲି ସଫଳ କାମ ।


ଗଗନରେ ମନ ଉଡୁଥାଏ ଖାଲି

ରାତିରେ ଫଳାଏ ସ୍ବପ୍ନ

ଗଜଗମନୀର କପଟ ପ୍ରୀତିକୁ

ପାରିଲାନି ବୁଝି ମନ ।


ଜବତ ହୋଇଲା ଦିନେ ସଞ୍ଜବେଳେ

ହାଟରେ ମୋ ପ୍ରେମ ଚିଠି

ନିର୍ଲଜ ପ୍ରେମିକା ତାଚ୍ଛଲ୍ୟ କରିଲା

ଚିଠିକୁ ଭାବିଲା ରର୍ଦି ।।


Rate this content
Log in

Similar oriya poem from Romance