STORYMIRROR

Lalit kumar Swain

Fantasy Inspirational

4  

Lalit kumar Swain

Fantasy Inspirational

ଧୁସରିଆ ଢେଉ

ଧୁସରିଆ ଢେଉ

1 min
487


ସୁବର୍ଣ୍ଣ ପଥରେ ଖୋଦିତ କିଛି ଅଲିଭା ଗାର

ନିର୍ଜନ ସାଗର ବେଳାର ଧୁସରିଆ ଢେଉ

ଅସ୍ଥିର ପେନ୍ଥାଏ ପବନ

ସେସବୁରେ ଲେଖାଥିଲା

ତୁମର ଓ ମୋର ନାମ।


ସବୁକିଛି ସ୍ଥିର ଓ ନିଶ୍ଚିତ ଥିବ ଭାବି

ସମୟକୁ ଜିମା ଦେଇ, ଫେରି ଆସିଥିଲେ

ହେଲେ ଏ କଣ ????


କାହିଁକି ପାଉନି ଆମ ନାମର ଅକ୍ଷର?

ବହୁଦୂରେ ଝାପ୍ସା ଝାପ୍ସା ନିହାତି ଅସ୍ଥିର

ଚତୁର୍ଦିଗେ ଖାଲି ଅସମ୍ଭବ ଶୁନ୍ୟତା

କଣ କାରଣ ତାହାର ????


ଯାହା କିଛି ଲେଖିଥିଲେ ସେଦିନ

ଦୂର ଦିଗବଳୟକୁ ଚାହିଁ

ମିଞ୍ଜି ମିଞ୍ଜି ଆଲୁଆର ସେ ଶୀତୁଆ ସନ୍ଧ୍ୟାରେ -

ରୁଧିର ଟୋପାଏ ନେଇ

ତାହା ଆଜି ମ୍ଳାନ, ଅର୍ଧଗଗ୍ଧ

ସମୟର ଅବିରତ ଗତିରେ

ବଦଳି ଯାଇଛି ସେ ନାମ ଓ ଅକ୍ଷର ଆକାର।


ସୁବର୍ଣ୍ଣର ମାଟିଖଣ୍ଡ ଅତୀବ ଲୋଭନୀୟ

ସ୍ୱାର୍ଥପର ଏ ଜନ ସମୁଦ୍ରର କୋଳାହଳରେ

ହୋଇଗଲା ଚୋରୀ

ଅସ୍ଥିର ପବନ ଏଣେ ସୁମେରୁ ଠାରୁ କୁମେରୁ

ଉଡି ବହିଯାଏ, ନେଇ ନାମକୁ ଆମରି।


ଆଉକି ମିଳିବ, ସେ ମୁହୂର୍ତ୍ତର ସୁବର୍ଣ୍ଣ ପଥର

ସମୀର, ସାଗର ନୁହେଁ

ସବୁକିଛି ଲେଉଟେଇ ଦେବ

ଚର୍ମ ଚକ୍ଷୁ ଠାରୁ ଯୋଜନ ଦୂରରେ

କେଉଁଆଡ଼େ ହଜି ଯାଇଛି ତାର ସତ୍ତା

କିଏ ବା ଜାଣିବ ?


ବାକି ଯାହା ଅଛି ସାଗର ଢେ଼ଉରେ

ଆଜୀବନ ଅସ୍ଥିର, ଗଲେ ଆସେ

ଆସିଲେ ଯାଏ,

ଏ ଫେନର ସମ୍ଭାର

ଝାପସା ଦିଶେ ଆମ ନାମ, ତହିଁରେ ସେଦିନର ସ୍ମୃତି

ପାପୁଲିରେ ତୋଳିଦେଲେ ତାକୁ, ରାହେନାହିଁ କିଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy