Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Fantasy

4  

kahnu charan sahu

Fantasy

ଅନୁସନ୍ଧାନ

ଅନୁସନ୍ଧାନ

1 min
338


ଓଃ ! 

ଏ ସ୍ବପ୍ନ ନା ବାସ୍ତବତା

କେହି ଜଣେ ଆସୁ ଆସୁ

ଟାଣି ଦିଏ ନିରବର ଜ୍ୟାମିତି ରେଖା !


ଆଶଙ୍କାର କମ୍ବଳ ତଳେ

ମନ ଓ ନିଶ୍ବାସର ପ୍ରଖର ସ୍ରୋତ

ଖୋଜିବାରେ ବ୍ୟସ୍ତ

ଶୁନ୍ ଶାନ ରାତିରେ ।


ମନ କହେ ମିଳିଯିବ

ନିଶ୍ବାସ କହେ ଦୁନିଆକୁ କି ବା ବିଶ୍ବାସ

କେତେ ଯେ ବର୍ତ୍ତମାନ 

ଆସିବାର ଅପେକ୍ଷାରେ 

ଲୁଟି ନେଇଛି ବୟସର ମାଦକତା!

ଟିକେ ଆଶ୍ୱାସନା ଦେବାକୁ

ଗଢ଼େ ଶାଶ୍ୱତ ପ୍ରେମର ପରିଚୟ ଦେଇ

ତାଜମହଲ ସମ ସ୍ମୃତି ।


ବାସ!

ଏ ମନ, ଏ ପ୍ରାଣ ଅପେକ୍ଷାରେ

ଆପଣେଇ ନେବାକୁ 

ଚାହିଁଥିବା ହଳେ ଆଖି

ହୋଇପାରେ ତାହା ବି ସ୍ୱପ୍ନ

କେବଳ ସମୟ ହିଁ ସାକ୍ଷୀ ।।


Rate this content
Log in