STORYMIRROR

Writer Roja Panda

Romance Fantasy

3  

Writer Roja Panda

Romance Fantasy

ପ୍ରେମିକା ରଜନୀଗନ୍ଧା

ପ୍ରେମିକା ରଜନୀଗନ୍ଧା

1 min
229


ନୀଳ ଆକାଶର ତଳେ 

ବସିଥିଲି ନୀରବରେ ,

ତୁମେ ନିଶିଗନ୍ଧା ଆସି 

ଜାଗା ନେଲ ହୃଦୟରେ | 


ନିଃସ୍ୱ ଏଇ ଜୀବନରେ 

ନୂଆ କରି ଆଉଥରେ ,

ଲେଖିଲି ତୁମ ନାମରେ 

କବିତା ନୂତନ ଶ୍ୱରେ |


ନିଦ ଭରା ପଲକରେ 

ତମାମ ନିଝୁମ ରାତିରେ ,

ଅଳସୀ ନାୟିକା ସାଜି 

ନୃତ୍ୟ କଲ ସପନରେ |


ଧଳା ରଙ୍ଗ ଶାଢ଼ୀ ପିନ୍ଧି 

ରାତିର କିଟ୍ କିଟ୍ ଅନ୍ଧାରେ ,

ପ୍ରେମର ବାସ୍ନା ବୁଣିଲ 

ପ୍ରତି ଜନ ମାନସରେ |


ମହକ ତୁମର ବିଞ୍ଚି 

ଏହି ବିଶାଳ ମହୀରେ ,

ପରିଚିତ ହେଲ ଆଗୋ 

ରଜନୀଗନ୍ଧା ନାମରେ |




Rate this content
Log in

Similar oriya poem from Romance