STORYMIRROR

Paramita Sarangi

Fantasy Others

3  

Paramita Sarangi

Fantasy Others

ମୁଁ କି !

ମୁଁ କି !

1 min
252


ସେ ଝିଅଟି କିଏ ?

ଯିଏ ରହୁଥିଲା ମୋ ଘରର କାନ୍ଥରେ

ଝୁଲୁଥିବା ଦର୍ପଣ ଭିତରେ

ମୁଁ ରୋଜ ଦେଖୁଥିଲି ତାକୁ

ଚିହ୍ନା ଚିହ୍ନା ପଣ ଭିତରେ

ସେ ଅଜଣା ବି ଲାଗୁଥିଲା

ତା ଭିତରର ଖାଲି ଭାଗ ଟା ବି

ମୋ ଭିତରେ ଥିଲା


ଭାଙ୍ଗି ଯିବାପାଇଁ ଶବ୍ଦର କ'ଣ ଲୋଡା ଥାଏ?


ଦେଖେ ମୁଁ ,

ଦର୍ପଣ ର ସେପାରି ରେ

ଆସ୍ଥା ଯେତିକି , ଅବିଶ୍ବାସ ବି ସେତିକି

ହେଲେ ତାର ଯାହା କହିବାର କଥା

ଅକୁହା ଯେ ରହିଥଏ,

ଦର୍ପଣ ଭିତରେ ସେ

ଡାକରେ ପଠାଯାଇ ନ ଥିବା

ଠିକ୍ ସେଇ କୁଆଁରୀ ଚିଠିଟି ଏ ପରି

ଅପଢା ଓ ଅଲୋଡା


ତା ଭିତରର ଆର୍ତ୍ତନାଦ

ମୋ ଅନୁଭଵର ପରିଧି ଭିତରେ

ମନ୍ଥନ କରି ଚାଲେ

ସତରେ କ'ଣ ପ୍ରତିବିମ୍ବଟି

କେବେ ଶିହରିତ ହୁଏ?

ଆଲୋଡିତ ହୁଏ ?

ତେବେ ମୋ ଦୁଃଖକୁ ସେ

କେମିତି ଭୋଗେ ,

ମୋ ଶବ୍ଦକୁ କେମିତି ଛୁଏଁ

ପାଗଳୀ ପରି ଖୋଜେ

ମୋ ନିରବତାକୁ ତା କବିତା ଭିତରେ


ସବୁ ଅବୁଝାପଣ ଭିତରୁ

କାଲି ଯେତେବେଳେ

ମୋ ପର୍ଦ୍ଦା ର ପଛପଟୁ

ଆଉ ଏକ ସକାଳ ଟି ଆସିବ

କିଛି ଶବ୍ଦ ଙ୍କର ବୀଜ ଗୁଡିକୁ ଧରି

ତା ସହ ମୁଁ ବି ଭୋଗିବି ନୂଆ ସଂପର୍କ ଶୋଷ


ମୋ କାନ୍ଥରେ ଝୁଲୁଥିବା ଦର୍ପଣ ଭିତରେ

ସେ ଝିଅଟି କିଏ ?

ମୁଁ....... କି......




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy