STORYMIRROR

SUSMITA MISHRA

Fantasy

3  

SUSMITA MISHRA

Fantasy

ଵଣମାଲତୀ ହୋଇ ମୁହିଁ

ଵଣମାଲତୀ ହୋଇ ମୁହିଁ

1 min
200

ବଣମାଲତୀ ହୋଇ ମୁହିଁ,

   ବଣରେ ମୁଁ ଫୁଟିଥିଲି,

କେତେ ଆଶା ମୁଁ ନେଇ ,

   ତୋ ପଥ ଚାହିଁଥିଲି।


ଅସୁମାରୀ ସପନରେ,

  ରାତି ମୁଁ ସଜାଇଥିଲି,

ସୁଗନ୍ଧିତ ମୋ ମହକରେ,

  ଚତୁର୍ଦିଗ ମହକାଇ ଥିଲି।


ମୋ ଫୁଲର ନରମତାରେ,

   ଶେଜ ତୋ ପାଇଁ ସଜାଇ ଥିଲି,

ତୋଫା ଚାନ୍ଦିନୀ ରାତିରେ,

   ତୋ ଅପେକ୍ଷାରେ ବସିଥିଲି।


ହେଲେ ତୁ ତ ଅଟୁ,

    ଜଗତ ପତି,

ତୋ ଠାରେ ଲଗାନ୍ତି,

   ସଭିଏଁ ମତି ।


ଅଧିକାର କରନ୍ତି ତତେ,

  ସଂସାରୀ ଠାରୁ ଯତୀ ,

ତେବେ ତୋ ଠାରେ କେମିତି,

   ରଖିବି ଆଶା ପୀରତି।


ହେଲେ ମୋ ପ୍ରୀତି କୁ ବୁଝିଲୁ,

  ତେଣୁ ତୋ ଅଂଶରୁ ଜାତ କଲୁ,

ମୋର ପ୍ରିୟତମ ପତି,

 ତାଙ୍କୁ ଦେଇ ପ୍ରଭୁ ତୁ କହିଲୁ,

ତା ଠାରେ ଲଗାଅ ମତି।


ତେଣୁ ମୋ ପତିର ହୋଇ ପ୍ରିୟତମା,

  ତା' ପ୍ରଣୟ ବଲ୍ଳରୀ ହୋଇଗଲି,

ତା' ପ୍ରଣୟ ପାଇ ମୁଁ ଯେ ପ୍ରଭୁ,

  ତୋ ବଦଳେ ତା' ଅଙ୍କରେ ଝରିଗଲି।


ବଣମାଲତୀ ହୋଇ ମୁହିଁ,

    ବଣରେ ଫୁଟିଥିଲି,

ହେଲେ ପତିର ପରଶ ପାଇ,

   ପତି ହୃଦୟେ ରହିଗଲି।


ପ୍ରୀତି ର ଅଭାବ ରହିଲା ନାହିଁ,

  ତଥାପି ତୋ ପ୍ରୀତି ପରଶ ପାଇଁ,

ଇହ ଜନମରୁ ମୁକତି ଆଶା ରଖି ମୁହିଁ,

  ଶତତ ଅପଲକ ନୟନରେ,

ଅପେକ୍ଷା ରେ ରହିଲି,ଅପେକ୍ଷା ରେ ରହିଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy