STORYMIRROR

Priyabrata Mohanty

Romance Fantasy

3  

Priyabrata Mohanty

Romance Fantasy

ପ୍ରିୟା ମୋର

ପ୍ରିୟା ମୋର

1 min
187

ନାଲି ନାଲି ତ ଓଠର ଧାର

କୋକିଳ ପରି କଣ୍ଠର ସ୍ୱର,

ଯେବେ ନ ଶୁଣେ ଶବଦ ତୋର

ମନ ଟି ମୋର ହୁଏ ଅଧିର ।।


ମୁଁହ ଟି ତୋର ପୁନେଇଁ ଜହ୍ନ

ଝରଣା ପରି ଦୁଇ ନୟନ,

ଜାଣି ପାରୁନି ରାତି କି ଦିନ

ଚୋରାଇ ନେଇଛୁ ମୋର ମନ ।।


ଦେଖୁ ଥିଲେ ପଛେ ଝିଅ ପଣେ

ମନ ଖୋଜେ ତୋତେ ଏଣେତେଣେ,

ତୋର ଏ ହସ ପାଖକୁ ଟାଣେ

ପ୍ରେମ ମୁରୁଜ ହୃଦୟେ ବୁଣେ ।।


ହସୁଥିବୁ ତୁ ଗାଉଥିବୁ ତୁ

ଦେଖୁଥିବି ତତେ ମନ ଭରି,

ରାଗ ରୁଷା ସବୁ ଛାଡି ଦେଇ

ଚାଲୁଥିବୁ ମୋର ହାତ ଧରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance