ପ୍ରିୟା ମୋର
ପ୍ରିୟା ମୋର
ନାଲି ନାଲି ତ ଓଠର ଧାର
କୋକିଳ ପରି କଣ୍ଠର ସ୍ୱର,
ଯେବେ ନ ଶୁଣେ ଶବଦ ତୋର
ମନ ଟି ମୋର ହୁଏ ଅଧିର ।।
ମୁଁହ ଟି ତୋର ପୁନେଇଁ ଜହ୍ନ
ଝରଣା ପରି ଦୁଇ ନୟନ,
ଜାଣି ପାରୁନି ରାତି କି ଦିନ
ଚୋରାଇ ନେଇଛୁ ମୋର ମନ ।।
ଦେଖୁ ଥିଲେ ପଛେ ଝିଅ ପଣେ
ମନ ଖୋଜେ ତୋତେ ଏଣେତେଣେ,
ତୋର ଏ ହସ ପାଖକୁ ଟାଣେ
ପ୍ରେମ ମୁରୁଜ ହୃଦୟେ ବୁଣେ ।।
ହସୁଥିବୁ ତୁ ଗାଉଥିବୁ ତୁ
ଦେଖୁଥିବି ତତେ ମନ ଭରି,
ରାଗ ରୁଷା ସବୁ ଛାଡି ଦେଇ
ଚାଲୁଥିବୁ ମୋର ହାତ ଧରି ।।