STORYMIRROR

Sagar Kumar Parida

Fantasy

3  

Sagar Kumar Parida

Fantasy

ଜୀବନରେ ସାବିତ୍ରୀ

ଜୀବନରେ ସାବିତ୍ରୀ

1 min
245


ସତ୍ୟ,ଧର୍ମେନିଷ୍ଠା ରଖିଲେ ମାନବ 

      ଜୀବନରେ ନିଶ୍ଚେ ସଫଳ ହେବ,

ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇବ

       ସାବିତ୍ରୀ ଚ଼ରିତ୍ର ବିଶ୍ୱେ ଦୁର୍ଲଭ ।।

ସ୍ୱୟଂ ଯମରାଜ ଯା'କଥା ଯାଦୁରେ

       ପଡି ଯାଇଥିଲେ ନିଜେ ଭ୍ରମରେ,

ସତ୍ୟବାନ ପ୍ରାଣ ଫେରାଇବା ପାଇଁ

      ବିବଶ ହୋଇଲେ ନିଜେ ଶେଷରେ ।।

ସାବିତ୍ରୀ ନୁହନ୍ତି ସାମାନ୍ୟ ଦୁହିତା 

       ଦେବୀ ସାବିତ୍ରୀଙ୍କ ବରରୁ ଜାତ,

ପିତା ଅଶ୍ଵପତି ତପସ୍ୟାର ଫଳ

      ବିଶ୍ୱ ଦେଖି ହୋଇଗଲା ସ୍ତମ୍ଭିତ ।।

ନାରଦଙ୍କ ମୁଖୁ ସ୍ୱାମୀଙ୍କର ମୃତ୍ୟ 

      ଖବରକୁ ଶୁଣି ବିବାହ କାଳେ,

ବିଧାତା ଲିଖନ ଓଲଟାଇ ଦେଲେ

      ନିଜ କର୍ମ ଆଉ ସତିତ୍ୱ ବଳେ ।।

ସାଧୁକୁଳ ଚୂଡ଼ାମଣି ସତ୍ୟବାନ

     ପୂର୍ବ ପୂଣ୍ୟ କର୍ମ ବଳେ ସାବିତ୍ରୀ

ପତ୍ନୀ ରୂପେ ପାଇଥିଲେ ଏହି ଜନ୍ମେ

      ହରାଇବି ନିଜ ରାଜ ସମ୍ପତ୍ତି ।।

ନିଜ ବୁଦ୍ଧିମତା ବଳରେ ସାବିତ୍ରୀ

     ଦୁହିତା ଜନମ କଲେ ସାର୍ଥକ,

ନିଜ ପିତାକୁଳ ଶ୍ୱଶୁରାଳୟକୁ

      କରିପାରିଥିଲେ ଗୌରବୋଜ୍ବଳ ।।

କୋଟି ନାରୀଙ୍କର ଆଦର୍ଶସ୍ଥାନୀୟା

      ସାବିତ୍ରୀ ଅଟନ୍ତି ଭାରତ ବର୍ଷେ,

ଜଗତର ବନ୍ଦନୀୟା,ପୂଜନୀୟା

        କରମ ତାଙ୍କର ପୁରାଣ ଘୋଷେ।।

ପତି ପାଇଁ ପତ୍ନୀ ,ପତ୍ନୀ ପାଇଁ ପତି

       ତ୍ରିଲୋକ ସମ୍ପଦୁ ଅନେକ ବଡ଼

ପରସ୍ପର ମଧ୍ୟେ ସ୍ନେହ ପ୍ରେମ ଥିଲେ

        ଏହି ଘର ହେବ ସରଗପୁର।।



Rate this content
Log in

Similar oriya poem from Fantasy