STORYMIRROR

Gangotri Priyadarshini

Abstract Classics Fantasy

3  

Gangotri Priyadarshini

Abstract Classics Fantasy

ଅବ୍ୟକ୍ତ ଅନୁଭବ

ଅବ୍ୟକ୍ତ ଅନୁଭବ

1 min
221

ସତରେ ତୁମ ଭାଵନା ସତ ହୋଇ

ମୁକୁଳେଇ ନିଅନ୍ତା କି ମୋତେ

ମାେ ନିଜ ମନ ବନ୍ଦୀ ଗୃହରୁ

ସବୁ ଭୁଲି ନିର୍ବୋଧ ପାଗଳି ଟେ ଭଳି

ଚାଲିଥାନ୍ତି ତୁମ ପଦ ଅନୁସରି

ଢାଳି ଦିଅନ୍ତି ବେଲଗାମ ମୌସୁମୀର

ଅସରନ୍ତି କୋହ ମିଶା ଲୁହ

ଯାହା ଲୁଚେଇ ରଖି ମୁଁ ପାଲଟିଛି

ମରୀଚିକା ବରଫ ଗଙ୍ଗୋତ୍ରୀ

ଆଉ ପାରୁନି ମୁଁ ନିଜ ସହ ନିଜେ

ସାଲିସ କରି ମିଛି ମିଛିକା ବଞ୍ଚିବାକୁ

ଅପ୍ରକାଶ୍ୟ ଅନ୍ତ ହୀନ

ଅଗ୍ନି ପରୀକ୍ଷାରୁ ନିସ୍ତାର ମିଳନ୍ତାକି ,

ତୁମ ହାତ ଧରି ଦେଲେ

ପୁଣି ଡରିଯାଇ ପଛଘୁଞ୍ଚା ଦିଏ

ଅଥଳ ସାଗରେ ଭାଵନା ମୋ ଯେତେ

ତୁମେ ଯଦି ନିକ୍ଷେପିବ ପ୍ରଶ୍ନବାଣ

ସନ୍ଦେହର କ୍ରୂର କୁହେଳିକା

ପାରିବି କି କୁହ ବଞ୍ଚି

କାହା ପ୍ରେମ ପ୍ରବଞ୍ଚନା ହେଲେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract