ଅବ୍ୟକ୍ତ ଅନୁଭବ
ଅବ୍ୟକ୍ତ ଅନୁଭବ
ସତରେ ତୁମ ଭାଵନା ସତ ହୋଇ
ମୁକୁଳେଇ ନିଅନ୍ତା କି ମୋତେ
ମାେ ନିଜ ମନ ବନ୍ଦୀ ଗୃହରୁ
ସବୁ ଭୁଲି ନିର୍ବୋଧ ପାଗଳି ଟେ ଭଳି
ଚାଲିଥାନ୍ତି ତୁମ ପଦ ଅନୁସରି
ଢାଳି ଦିଅନ୍ତି ବେଲଗାମ ମୌସୁମୀର
ଅସରନ୍ତି କୋହ ମିଶା ଲୁହ
ଯାହା ଲୁଚେଇ ରଖି ମୁଁ ପାଲଟିଛି
ମରୀଚିକା ବରଫ ଗଙ୍ଗୋତ୍ରୀ
ଆଉ ପାରୁନି ମୁଁ ନିଜ ସହ ନିଜେ
ସାଲିସ କରି ମିଛି ମିଛିକା ବଞ୍ଚିବାକୁ
ଅପ୍ରକାଶ୍ୟ ଅନ୍ତ ହୀନ
ଅଗ୍ନି ପରୀକ୍ଷାରୁ ନିସ୍ତାର ମିଳନ୍ତାକି ,
ତୁମ ହାତ ଧରି ଦେଲେ
ପୁଣି ଡରିଯାଇ ପଛଘୁଞ୍ଚା ଦିଏ
ଅଥଳ ସାଗରେ ଭାଵନା ମୋ ଯେତେ
ତୁମେ ଯଦି ନିକ୍ଷେପିବ ପ୍ରଶ୍ନବାଣ
ସନ୍ଦେହର କ୍ରୂର କୁହେଳିକା
ପାରିବି କି କୁହ ବଞ୍ଚି
କାହା ପ୍ରେମ ପ୍ରବଞ୍ଚନା ହେଲେ ।।