STORYMIRROR

RUNALAILA MOHANTA

Fantasy Others

3  

RUNALAILA MOHANTA

Fantasy Others

କୁକୁର ନୁହେଁ ସେ ବନ୍ଧୁଟିଏ

କୁକୁର ନୁହେଁ ସେ ବନ୍ଧୁଟିଏ

1 min
238

(Prompt-3)


ମୁଁ ମଣିଷ ଶ୍ରେଷ୍ଠ ପ୍ରାଣୀ

ଆଜି ଯାଏ ବିଦେଶ ଦେଖି ନାହିଁ ।

ଓହୋ କି ଭାଗ୍ୟ ସେ କୁକୁରର

ମହାକାଶ ଯାଇ ବୁଲୁଅଛି ଗ୍ରହ ଉପଗ୍ରହ

ନା ଅଛି ମନେ ତାର ଡର 

ଦେଖ ଯାଇଅଛି ସିଏ ପୃଥିବୀ ବାହାର

ଆଣିବ ତଥ୍ୟ ସଂଗ୍ରହ କରି

ତା ଜୀବନ ପାଇଁ ନାହିଁ କେହି ଚିନ୍ତାକାରୀ

କି ସ୍ୱାର୍ଥ ପାଇଁ ଯାଇଛି ସିଏ ଜନ ହିତ କରି

କହିବ କି କେହି ପୃଥିବୀ ବାସୀ

ନା ସେ ବୈଜ୍ଞାନିକ ନା ସେ ଶ୍ରେଷ୍ଠ

ତଥାପି ଆଣିବ ଆମ ପାଇଁ ତଥ୍ୟ

ଯଦି ତାର ଘଟିବ ବାଟେ କିଛି ଅଘଟଣ

ନହେବ ତାହା କା'ର ଦୁଃଖର କାରଣ

ବିଶ୍ଵସ୍ତ ଯେ ସେ ମଣିଷ ଠୁ ବି ବଳି

ଭାବିବାର ଏଠି କିଛି ନାହିଁ

ନା ଅଛି ପ୍ରଶ୍ନ ତାର କିଛି ପଚାରିବାର

ନା ଦେବାର ଅଛି ଆମକୁ ତା ଉତ୍ତର

ଜୀବନ ଯିବ ପଛେ ତାର ହଜି

ନ କରିବ ସେ କାହାକୁ ଦୁଃଖୀ

କହିବ ତାକୁ କେ କୁକୁର ବୋଲି

ଆହା ସେ ଜନ ମଙ୍ଗଳକାରୀ .. ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy