Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Henarani Senapati

Classics Fantasy Inspirational

4  

Henarani Senapati

Classics Fantasy Inspirational

ମକର ସଂକ୍ରାନ୍ତି

ମକର ସଂକ୍ରାନ୍ତି

1 min
248


ପର୍ବ ପର୍ବାଣି ରେ ସର୍ବ ପ୍ରଥମରେ

ମୋ ଦେଶ ଆସେ ସାମ୍ନାକୁ

ବହୁ ଧର୍ମି ଆମ ଭାରତ ମାତା ଯେ

ସମ୍ମାନ ଦିଏ ସଭିଙ୍କୁ ।

ପୌଷମାସ ଶୁଲ୍କ ପକ୍ଷେରେ ହୁଅ ଇ

ମକର ସଂକ୍ରାନ୍ତି ପର୍ବ

ସାହିତ୍ୟ ଆସର ମକର ମିଳନ

ପରମ୍ପରା ଆମ ଗର୍ବ ।

ମକର ସଂକ୍ରାନ୍ତି ପୂର୍ବଦିନ ହୁଏ

ଲୋରୀ ଲହରୀ ଅସର

ପଞ୍ଜାବର ସେତ ବଡ ପର୍ବ ଗୋଟେ

ଏଠି ପାଳନ୍ତି ଧ୍ୟାନର ।

ତେଲୁଗୁ ଜାତିରେ ନୂଆ ବର୍ଷ ଆଜି

ପାଳନ୍ତି ପଙ୍ଗଲ ପର୍ବ

ପୁରୁଣା ଫୋପାଡି ନୂଆ ସ୍ମୃତି ନେଇ

ଖୁସିରେ ନାଚନ୍ତି ସର୍ବ ।

ବିଧିବଦ୍ଧଭାବେ ମକର ପାଳନ୍ତି

ମୋ ଦେଶ ଭାଇ ଭଉଣୀ

ମକର ଚାଉଳ ନୈବଦ୍ୟ ଚଢାନ୍ତି

ସବୁ ଦେବା ଦେବୀ ଗଣି ।

ଅରୁଆ ଚାଉଳ ନଡିଆ କଦଳୀ

ଛେନା ଗୁଡ ଗୋଲମରିଚ

ଅଦା ଖଣ୍ଡ ଖଣ୍ଡ ଛେଚି ପକାଇକି

ସ୍ବଦେଶୀ ରଖନ୍ତି ଢାଞ୍ଚ ।

ମକର ସଂକ୍ରାନ୍ତି ଦିନରୁ ଦିବସ

ବଡ ତ ଜଣା ପଡଇ

ଥଣ୍ଡା କମି ଯାଇ ଗରମ ଆସଇ

ଏତ ନିବିଘ୍ନେ ଚାଲଇ ।

ମୋ ଦେଶ ସଂସ୍କୃତି ପରମ୍ପରା ବିଦ୍ଧି

ଅଟେ ଅନନ୍ତ ଅପାର

ଶ୍ରୀ ଜଗନ୍ନାଥ ଙ୍କୁ ମକର ଚାଉଳ

ସମର୍ପଣ କରିବାର ।

ଭକ୍ତିରେ ଭକ୍ତ ଯେ ଭଗବାନଙ୍କୁ ଠୁ

ଭରସା ମୁଠାଏ ମାଗେ

ଭବ ସାଗରରୁ ଉଦ୍ଧାର ନିମନ୍ତେ

ଭାବ ବିଭୋର ରେ ଆଗେ ।

ପୂଜା କଲେ ଦିଅଁ ଶୁଣନ୍ତି ତକ୍ଷଣ

ଆଶୀର୍ବାଦ ଢାଳି ଥାନ୍ତି

ଭକ୍ତ ବଶ୍ରଳ ସେ ଦେବା ଦେବୀ ସବୁ

ଘଣ୍ଟ ଘୋଡାଇ ରଖନ୍ତି ।


Rate this content
Log in

Similar oriya poem from Classics