STORYMIRROR

Chittaranjan Nanda

Fantasy Others

4  

Chittaranjan Nanda

Fantasy Others

ମିଠା ମିଠା ସ୍ୱପ୍ନ

ମିଠା ମିଠା ସ୍ୱପ୍ନ

1 min
245


କେତେ ମିଠା ମିଠା ସ୍ୱପ୍ନ ଆସେ 

ମୋର ନିତି

ନୂଆ ଅଭିଳାଷେ ଜାଗି ରହେ 

ପୁରା ସାରା ରାତି ।୧।


ସେହି ଭ୍ରମାତ୍ମକ ଚେତନାରେ ଭାବେ 

ମାନବ ସେବା କରିବି  

ବଳିତା ହୋଇ ଜଳିବି ଓ ଆଲୋକ 

ବର୍ତ୍ତିକା ସାଜିବି ।୨।


ଚାରିଆଡେ ଶୂନ୍ୟତାର ଅନ୍ଧକାରେ 

ସପନର ସୂରୁଜ

ଲାଗେ ସେପରି ଲହଡ଼ି ଥାଇବି ସମୁଦ୍ର 

ଜୁଆରେ ଥାଏ ମଉଜ ।୩।


ଅତୀତର ଭୁ‌ଲକୁ ପରଖି ଦୃଢମନା 

ହେଲେ, ବାଟ ମିଳେ ସଫଳତାର 

ମନ ମଧ଼୍ୟେ ଆଶା ଓ ଭରଷା ଭରି 

ରଖିବାକୁ ଦରକାର। ।୪।


ଦେଖ, ପକ୍ଷୀ ଉଡିଯାଏ ଆହାର 

ସନ୍ଧାନେ, ବୁଲଇ ଗହନ ବନ

ଶିଖ, ତାଠାରୁ କିପରି କଷ୍ଟ କରି 

ସଂଗ୍ରହରେ ମିଳେ ସଫଳତା ଚିହ୍ନ।୫।


ପରିଶ୍ରମ କଲେ ଆଶା ପୂର୍ଣ୍ଣ ହୁଏ, ସ୍ୱପ୍ନ 

ହେଲେବି ହୁଅଇ ସତ

ସଫଳତାର ଚାବି କାଠି ମିଳିଥାଏ, 

ଦୁଃଖ ଦୂରେଇ ଯାଏ, ହୁଏ ସୁଖପ୍ରାପ୍ତ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy