STORYMIRROR

Chittaranjan Nanda

Fantasy Inspirational Others

4  

Chittaranjan Nanda

Fantasy Inspirational Others

ମଣିଷ ଓ ପଶୁଙ୍କ ଯୁଦ୍ଧ ଦାୟୀ କିଏ

ମଣିଷ ଓ ପଶୁଙ୍କ ଯୁଦ୍ଧ ଦାୟୀ କିଏ

1 min
250

ମୋର ମାତା ପୃଥିବୀ,

କେତେ ପ୍ରାଣୀ ମାନଙ୍କ

ବାସସ୍ଥାନ,

ଜାତି ଜାତି ପ୍ରାଣୀମାନଙ୍କ

ଭିତରେ ଆମେ ପାଇଛୁ

ଶ୍ରେଷ୍ଠ ମାନବ ଜନମ,

ସ୍ନେହ ମମତାର ଵନ୍ଧନରେ 

ଚଳୁଛେ ମାୟାର ଅରଣ୍ୟରେ

ଏଇ ଚିଡିଆଖାନା ଜଗତରେ ।


ମୋର ଜନ୍ମ ଭୂମିରେ,

ଢେଙ୍କାନାଳରେ,

କେତେ ଥିଲା 

ଗିରି ଉପବନ,

ଦେଖିଥିଲି ଝରଣାର 

କଳକଳ ସ୍ପନ୍ଦନ,

ସବୁଜ ବନାନୀ,

ଅନୁଭବ କରିଥିଲି

ମଳୟ ପବନ  ।


ଥିଲା ପର୍ବତ ଘେରା 

ପୁରପଲ୍ଲୀ,

ଶୁଣିଥିଲି କେତେ

ପକ୍ଷୀଙ୍କର କଳରବ,

ମନ ହେଉଥିଲା ଆତ୍ମହରା ।


ପ୍ରକୃତି ରାଣୀର କୋଳରେ,

ବିରାଜିତ ଥିଲା ଅରଣିତ ଶୋଭା,

ଭରିଥିଵା ବିଦଗ୍ଧ ହୃଦୟ ମଧ୍ୟରେ,

ଦେଉଥିଲା ଆଶା ଓ ଭରସା ।


ଅଭୁଲା ଅପରୂପ ଶୋଭାରେ,

ନିତ୍ୟ ବରଷାର ରିମିଝିମି ଗୀତ

ଆଣୁଥିଲା କେତେ ଭାବାବେଗ, 

ଦୁଃଖ ଥିଲେ ବି ମନ ହୁଏ ପ୍ରୀତ ।


ପ୍ରକୃତି ମାଧୁରୀର ମଧୁବୋଳାର,

ସ୍ପର୍ଶ ସଞ୍ଜବନି ସାଜୁଥିଲା ଦୁଃଖକୁ,

ସେ ଚୁନା ଚୁନା ସ୍ମୃତିର

ସ୍ୱର୍ଗୀୟ ଅନୁଭୂତି, ମନ ଆକାଶରେ,

ମନେ ଭରି ଦେଉଥିଲା,

ଅଶେଷ ପୀରତି, ଶାନ୍ତି ପ୍ରଗତି ।


ଭୁଲିନି, ଭୁଲି ପାରିବିନି, ସେହି

ପ୍ରକୃତିର ନୈସ୍ବର୍ଗୀକ ସୁଖ,

ଉଜ୍ଜଳି ଉଠୁଛି ମୋର,

ମାନସ ଚକ୍ଷୁରେ ।

     

ହିଂସ୍ରଜନ୍ତୁ ପୁରି ରହିଥିଲେ,

ଘଂଚ ଅରଣ୍ୟରେ,

ଜଙ୍ଗଲର ସୁରକ୍ଷା ଥିଲା

ଗ୍ରାମବାସୀଙ୍କ ହାତରେ,

ନଥିଲା ମୋ କଳ୍ପନାରେ, 

ହିଂସ୍ରଜନ୍ତୁ ରହିବେ ଗ୍ରାମରେ,

ଲାଗି ରହିଵ ପଶୁ ମଣିଷ ଲଢେ଼ଇରେ ।


ପୁଂଜି ର ସ୍ୱାର୍ଥରେ ଧ୍ବଂସ ହେଲା,

ପ୍ରକୃତିର ସେହି ନୈସ୍ବର୍ଗୀକ ସୁଖ,

ଅହରହ ଯୁଦ୍ଧ ଚାଲୁଅଛି ଏଠି,

ମଣିଷ ମଣିଷ ଭିତରେ, 

ମଣିଷ ଓ ପଶୁଙ୍କ ଭିତରେ,

ପ୍ରଶ୍ନ ପଚାରୁଛି,

ଏଥିପାଇଁ ଦାୟୀ କିଏ ।


ନୁହେଁ କି ମଣିଷର କୁଚରିତ୍ର,

ଅନ୍ୟାୟ ହିଂସ୍ର ପ୍ରବୃତ୍ତି,

ପୁଂଜିଵାଦର ସ୍ୟାର୍ଥର ପ୍ରକୃତି. ।


ଉଠରେ ହେ ମଣିଷ ମାନେ

ଦେଖରେ ଆସିବ ନୂଆ ସକାଳ,

ନବୀନ କିରଣ ନେଇ,

ଆସ ଏକାଠି ହୋଇ,

ଦୂର କରିବା ଧର୍ମାନ୍ଧତା,

ସୁରକ୍ଷା କରିବା ପରିବେଶ,

ରକ୍ଷା କରିବା, ଧର୍ମାନ୍ଧ ନେତା

ମାନଙ୍କ ଠାରୁ ଯିଏ,

ନିଜସ୍ବ ମାଟିରେ ଭରୁଅଛି ବିଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy