ସମୟର ଋତୁଚକ୍ର
ସମୟର ଋତୁଚକ୍ର
ସମୟ ଗଡ଼େ ଋତୁ କ୍ରମ ଚକ୍ରରେ
ଶରତ ଋତୁ ଆସେ ହେମନ୍ତ ପରେ ।
ହେଲା ହେମନ୍ତର ଅନ୍ତ,
ଆସିଲା ଶୀତର ରାଜତ୍ୱ ।
ମାଘ ଆସେ, ଆଶ୍ୱିନ ଆବର୍ତ୍ତନରେ,
ଶିଶିର ପଡ଼ି ଥାଏ ରାତ୍ରର ମଧ୍ୟରେ ।
ବହିଲା ଜୋରରେ ଉତ୍ତରା ପବନ,
ଦରକାର ହେଲା ଶୀତ ବସ୍ତ୍ର ମାନ l
ପଦ୍ମିନୀକୁ ଶିଶିର କରିଥାଏ ନାଶ
ସତେ କଣ ସୂର୍ଯ୍ୟ ରହିଲେ ହୋଇ ତ୍ରାସ ।
ମାଘ ମାସର ବାଘ ଭଳି ଜାଡ଼ରେ
ପଦ୍ମ ଫୁଲର ହୁଏ ଦୁଷ୍ପ୍ରାପ୍ୟରେ।
ମହାପ୍ରଭୁ ସଜ୍ଜିତ ପଦ୍ମବେଶରେ
ଅନୁଷ୍ଠିତ ହୁଏ ଅତି ମନୋହରରେ ।
ଆଇସ୍କ୍ରିମ, ଲସି ଓ ସରବତ,
ହରାଇଲା ସବୁର ମହତ ।
ଚାହା କଫିର ବଢ଼ିଛି ଆଦର ,
ମୁହେଁ ହରଷ ଚାଷୀ ବାପୁଡ଼ାର l
ଫୁଙ୍ଗୁଳା ଦେହେ ଧାନ କାଟେ ଚାଷୀ
ଶୀତ ସଙ୍ଗେ ସତେ ମିତ ଅଛି ବସି l
ସୂର୍ଯ୍ୟଙ୍କର ଗତି ଉତ୍ତରାୟଣର,
ଫଳତଃ ଛୋଟ ହୋଇଛି ଦିନଟିର।
ଥରନ୍ତି ସର୍ବେ ହାଡ଼ ଭଙ୍ଗା ଶିତର,
ଗରିବ ଭୋଗେ କଷ୍ଟ ବଡ଼ ରାତ୍ରୀର।
ଆଜିକାଲି ଷଢନ୍ତି ଲୋକ କରୋନାରେ
ଅତ୍ୟାଚାରୀ ଶାସକର ମନ ନିର୍ବାଚନରେ l
ଅତ୍ୟାଚାର ବଢ଼ି ବଢ଼ି କେତେ ବା ବଢିବ
ଦୁନିଆରେ ଅତ୍ୟାଚାର ଶୀତ ପରି ଦୂର ହେବ ।
ବସନ୍ତ ପରି ତ ପୁଣି ସମୟ ଆସିବ
ଅନ୍ତେ ସକାଳ ପରି ନୂଆ ଦୁନିଆ ଆସିଵ l
ଧୃବ ସତ୍ୟ, ଚିର ନୂହେଁ କେହି ଜଗତେ,
ହସଇ ସାରା ଜଗତଟା ଆନନ୍ଦର ବସନ୍ତେ l
