"ଗୋଲାପି ଥଣ୍ଡାର ନିଶା"
"ଗୋଲାପି ଥଣ୍ଡାର ନିଶା"
ଗୋଲାପି ଥଣ୍ଡାର ନିଶା
ଗଗନୁ ଝରୁଛି ଦୁଧିଆ ଜୋଛନା,
ଲେପୁଛି ଉଷୁମ ଆବେଗ
ଅଳସୀ ଚାହାଣି,
ମୁଦିତ ନୟନ ,
କଜ୍ଜଳ ଦେଉଛି ଯନ୍ତ୍ରଣା ।
ରଙ୍ଗୀନ, ନିଆରା ଏଇ ଅନୁଭବ,
ଥରାଉଛି ହୃଦ,
ମୃଦୁ ସେ କମ୍ପନ,
ଗୋଲାପି ଥଣ୍ଡାର ପାଦ ଶବ୍ଦ
ଶିହରିତ ମନ ଅଗଣା ।
ଭିଜା ଭିଜା ପବନ,
ମୁକୁଳା ବିନ୍ଦାସ ଆକାଶ,
ଓଃ
ଗୁଣୁଗୁଣୁ ଶୀତର ସଙ୍ଗୀତ
ଧୂଆଁ ଧୂଆଁ କୁହୁଡ଼ି ର ଜାଲ,
ସକାଳର କୁଆସ ଦେଇ,
ଉଙ୍କି ମାରୁଛି, ଗୋଲାପର ନାଲି ପାଖୁଡ଼ା ।
ରୂପେଲି ଶିଶିର ଛାଇଛି ,
ସବୁଜ ଘାସର ଗାଲିଚା
ବିଛାଡି ପଡ଼ିଛି ଶେଫାଳୀ,
ମହକି ଯାଉଛି ବାସ୍ନା ।
ରଜନୀ ବକ୍ଷରେ ଝଡ଼ିଛି,
ସ୍ମୃତିର ଶୁଖିଲା ପତ୍ର
ଫୁଟିଛି, ଆଶାର ଅଙ୍କୁର,
ନିଷ୍ପ୍ରଭ ହୋଇଛି ଇନ୍ଦୁ!
ଝିଲ୍ ମିଲ୍ ଜଳ କାଚ କେନ୍ଦୁ,
ଉଷାର କୋମଳ କିରଣ,
ପରଶେ ମୁଁ ଆତ୍ମ ବିଭୋର ।
