STORYMIRROR

Samar Ballav Bhoi

Fantasy Inspirational Children

4  

Samar Ballav Bhoi

Fantasy Inspirational Children

ଖୋଜୁଛି ମୁଁ ସେହି ପିଲାଦିନ

ଖୋଜୁଛି ମୁଁ ସେହି ପିଲାଦିନ

1 min
388


ଖୋଜୁଛି ମୁଁ ସେହି ପିଲା ଦିନ

ଆମାନିଆ ଓ ଅଝଟ ପଣିଆର ପ୍ରତି ଚିହ୍ନ

ମା'ର ଆକଟ, ଉଠବସ ସଙ୍ଗେ ଧରା କାନ

ଭଙ୍ଗା କଣ୍ଢେଇ ସଙ୍ଗେ ବିତେ ଦିନ

ନଡ଼ିଆ ସଢେଇ ତିଆରି ଟେଲିଫୋନ

ସତେକି ଆଉ ମିଳିବ ସେ ବିଗତ ଦିନ।।


ବାଲିଘର ସଙ୍ଗେ ପିଲାଦିନର ଖେଳ

ସାଙ୍ଗସାଥୀ ଙ୍କ ସହ ଲାଗେ କଳିଗୋଳ

ପୋଖରୀ ରେ ଘଣ୍ଟା ଘଣ୍ଟା ଗାଧୋଇବା ବେଳ

ଘର ଭିତରୁ ମା'ର ଚିତ୍କାରଡାକ ଓ ଚହଳ

ସତେକି ମିଳିବ ଆଉ ସେ ପିଲାଦିନ ବେଳ।।


ପାଠବସ୍ତାନି ସହ ସ୍କୁଲ ଯିବା ସମୟର ବେଳ

ଖାଦ୍ୟ ଖାଇବା ସହ ଦୁଷ୍ଟାମୀ କରିବାର ଖେଳ

ଦୌଡିଦୌଡି ସ୍କୁଲରୁ ସାଙ୍ଗସାଙ୍ଗେ ଫେରିବା ବେଳ

ସାଇକେଲ ଟାୟାର କୁ ହାତରେ ଗଡାଇବା ଖେଳ

ବାଲିଧୂଳି ଧୂସର ହୋଇ ଘର ଫେରିବାର ବେଳ

ସତେକି ମିଳିବ ଆଉ ସେ ପିଲାଦିନ ବେଳ।। 


ବର୍ଷା ଦିନ କାଗଜଡଙ୍ଗା ଭସାଇବା ର ମଜା

ଖରାଦିନ ପଖାଳ, ପୋଖରୀ ମାଛ ସଙ୍ଗେ ଆଳୁ ଚକୁଡା

ତାଳସଜ ଖଜୁରୀ କୋଳି ଖାଇବା ର ମଜା

ବାଗୁଡ଼ି ଖେଳ ସଙ୍ଗେ ଆଲିଗୁଟି ଖେଳ ର ଆଡ୍ଡା

ଚୋର ପୋଲିସ ଖେଳ ଆଉ ଖେଳ ଲୁଚାଛପା

ସତେକି ମିଳିବ ଆଉ ସେ ପିଲାଦିନ ମଜା।। 


କାଳୀ ଓ ଦୁର୍ଗାପୂଜା ମେଢ଼ ଦେଖିବାକୁ ଜିଦି

ପର୍ବପର୍ବାଣୀର ପିଠାପଣା ଖାଇବାକୁ ମଜା ଆସଇ

କୁମାର ପୂର୍ଣ୍ଣିମା ର ନୁଆଜାମା ସଙ୍ଗେ ଜହ୍ନରାତି

ବାଣଫୁଟା ଆଉ ହୋଲି ରଙ୍ଗର ହୋରି ପିଚକାରୀ

ସତେକି ଆସିବ ଆଉ ସେ ପିଲାଦିନ ଫେରି ।। 


ପିଲାଦିନ ଲାଗେ ଭାରି ଖୁସି ଖୁସି

ସେ ସମୟ ହାତରୁ ଯାଇଛି ଖସି

କିନ୍ତୁ ଆଜି ର ଶୈଶବ

ମୋବାଇଲ ର ଟଚସ୍ର୍କିନରେ ଯାଇଛି ହଜି

ଏମାନେ ଆଉ ଜାଣିପାରିବେ ନାହିଁ

ଆମ୍ବ ତୋଟା ନଇ ପଠାର ମଜା

ସତେକି ମିଳିବ ଆଉ ସେ ପିଲାଦିନ ର

ମତୁଆଲା ଭାବନାର ସଜା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy