କବିତା
କବିତା
ମୁଦି ହୋଇଥିଲା ଦୁଇ ଆଖି ମୋର
ଶୋଇଥିଲି ମୁଁ ନିଦରେ
ପ୍ରିୟା ମଧୁମତୀ ରୂପଟି ଚହଟି
ଦିଶିଗଲା ସପନରେ ।
ବର୍ତ୍ତୁଳ ଆକାର ହେଉଥିଲା ଦୃଶ୍ୟ
ଉଜ୍ଜ୍ୱଳ ଆଲୋକ ପୁଞ୍ଜ
ଝଟକାଉଥିଲା ଅପରୂପ କାନ୍ତି
ରାଜହ°ସୀ ପଦବ୍ରଜ ।
ଉଡି ଯାଉଥିଲା ପାଟର ପଣତ
ମଳୟର ମୃଦୁ ସ୍ପର୍ଶେ
ଝରି ପଡୁଥିଲା ରଙ୍ଗ ରଙ୍ଗ ପୁଷ୍ପ
ପାଦତଳେ ଚଲାପଥେ ।
ରଜନୀଗନ୍ଧାର ଭୁରୁ ଭୁରୁ ବାସ୍ନା
ମନକୁ କଲା କିମିଆଁ
ସ୍ୱପ୍ନେ ପଛେ ପଛେ ଧାଉଁଥିଲି ମୁହିଁ
ଭ୍ରମେ ଡାକି ଡାକି ନାଆଁ ।
ସ୍ମିତ ହସି ପ୍ରିୟା ଡାକିଣ ଇଙ୍ଗିତେ
କହିଥିଲା ଚୁପି କାନେ
ପ୍ରିୟ ସାଥି କୁହ କବିତା କି କେବେ
ମମତା ପୁକାର ଶୁଣେ ।
ଭାଜିଗଲା ନିଦ ଉଠିଲି ମୁଁ ବସି
ରହିଅଛି ତନ୍ଦ୍ରାଚ୍ଛନ୍ନ
ନିତିପ୍ରତି କ୍ଷଣେ ଖୋଜୁଛି ସପନେ
ଝୁରୁଛି କବିତା ନାମ ।