ବରଷ ଆନନେ
ବରଷ ଆନନେ
ବରଷ ଆନନେ ହାସ୍ୟ କଲ୍ଲୋଳ ,
ହାସ୍ୟ ଭର ତାର ମୁଖ ସୁନୀଳ ,
ଆହ୍ଲାଦରେ ସେହି ନିଏ ବିଦାୟ ,
ସମସ୍ତଙ୍କ ମୁଖେ ଭାବ ଅସହ୍ୟ ,
ଅନେକ ଦରଦ ,
ସର୍ବଙ୍କ ମୁଖେ ବିଷୟ ବିଷାଦ ।
ଆଗୋ ମୋ ସଙ୍ଗିନୀ ତୁମେ ଅତୁଲ୍ୟ ,
ତୁମ ସମ୍ପର୍କ ଯେ ଅଟେ ଅମୂଲ୍ୟ ,
ଦରଦେ ଦରଦେ ମୁଖ ଔଜ୍ଜଲ୍ୟ ,
ଅନ୍ତରେ ଦରଦ ବିଷର ତୁଲ୍ୟ ,
କିପରି ହସୁଛ ,
ହାସ୍ୟ ପ୍ରମୋଦ ସର୍ବେ ବାଣ୍ଟୁଛ ।
ମୋ ପ୍ରିୟ ସଙ୍ଗିନୀ ସାଥେ ରହିଛ ,
ଦୁଃଖ ସୁଖ ପ୍ରାନ୍ତେ ପାଶେ ବସିଛ ,
ଅମୂଲ୍ୟ ତୁମର ବନ୍ଧୁ ଆସରା ,
ରତ୍ନ ମଣି ତହିଁ ହେବ ପାସୋରା ,
ହୃଦୟୁ ଲେଖୁଚି,
ଜୀବନ୍ତ ରଖିବ ବନ୍ଧୁତ୍ୱ ସିଞ୍ଚି ।
ଆଗୋ ସଙ୍ଗିନୀ ସ୍ନେହ ଉଚ୍ଛ୍ଵାସ ,
ମୋରପରେ ଥିବ ତୁମ ବିଶ୍ବାସ ,
ଦ୍ଵନ୍ଦ ଭୂତ ଚିତ୍ତେ ପଥ ଉଗାଳି ,
ସମାଧାନ ସୂତ୍ର ଦିଅ ଉଛାଳି ,
ଭଗ୍ନ କରିବିନି ,
ବନ୍ଧୁତାକୁ ମୋର ପବିତ୍ର ମାନି ।
ବରଷକ ଧାରେ ଦୋଷ ତ୍ରୁଟିକୁ ,
ଅନ୍ତରେ ନେବନି ଫିଙ୍ଗ ଦୂରକୁ ,
ଅନ୍ତର ରୁ ମୁହିଁ କ୍ଷମା ଚାହିଁବି ,
ତୁମ କଷ୍ଟେ କିବା ଖୁସି ରହିବି ,
ବନ୍ଧୁତାକୁ ମୋର ,
ଆଜୀବନେ କରୁଥିବ ଆଦର ।
ନୂତନତା ଏହି ବର୍ଷ ବିରଳ ,
ଆଣୁ ସେ ପ୍ରେମ ସ୍ନେହ ଅନାବିଳ ,
ସର୍ବ ଇଚ୍ଛା ତୁମ ପୂରିତ ହେଉ ,
ଜଗତ ପାଳକ ଆଶିଷ ଥାଉ ,
ଚାଲ ଯେଉଁ ପଥେ ,
ପୁଷ୍ପ ଖେଳୁ ସେହି ପଥ ଆଗତେ ।
ଆରଦଳି ମୋର ସଖା ସମ୍ମୁଖେ ,
ବନ୍ଧନ ବନ୍ଧୁତା ଥାଉ ମୋ ସୁଖେ ,
ସମର୍ପିତ ମୋର ଭାବ ବନ୍ଧୁତା ,
ବନ୍ଧୁତା ରେ ମୋର ଥାଉ ସତତା ,
ଆଜୀବନେ ମୋର ,
ବନ୍ଧୁତା ରେ ରଖ କୃପା ଅପାର ।
