STORYMIRROR

Jasoda Majhi

Fantasy Inspirational

4  

Jasoda Majhi

Fantasy Inspirational

ଝିଅଟିଏ ତୁ

ଝିଅଟିଏ ତୁ

1 min
260

ପୁଷ୍ପ ବାଟିକାର କୁସୁମ ଟିଏ

   ଜହ୍ନ ରାଇଜର ପରି,

ଜୋଛନା କିରଣେ ସଜେଇ ରୂପ,

           ଆସିଅଛୁ ଅବତରି ll


କରୁଛୁ କେତେ ଚଗଲାମୀ ଭାବ,

  ଖେଳୁଛୁ କେତେ ଖେଳ,

ଶୈଶବରୁ ବୃଦ୍ଧ ପାଉଛନ୍ତି ଭଲ

       କରୁଛନ୍ତି କେତେ ଗେଲ ll

    

ସଜ ଫୁଟା ହସ ହସି ଦେଲେ ତୁହି

  ମହକି ଉଠଇ ବାସ,

ସ୍ମିତ ବଦନେ ଚାହିଁ ଦେଲେ ଥରେ

        ଉଭେଇ ଯାଏ କ୍ଳେଶ ll


ବାପା ମାଆର ଗେଲ୍ଲୀ କଣ୍ଢେଇଟେ

   ସାଙ୍ଗ ସାଥିର ସଖି,

ରସିକ ପ୍ରେମିକ ନାୟକ ସାଜନ୍ତି

        ସୁନ୍ଦର ରୂପକୁ ଦେଖି ll


ଅଜଣା ଗଳିର ବଧୂଟିଏ ସାଜୁ

  ଛାଡ଼ି ଦେଇ ନିଜ ଲୋକ,

ସଭିଙ୍କର ତୁହି ଅଲିଅଳିଣିଟେ

        ଅନ୍ଧାରର ଦିବାଲୋକ ll


କେତେ ନିର୍ଯାତନା ଲାଂଛନା ଗୁଞ୍ଜଣା

  ପାଇଥାଉ ନିତିନିତି,

ତଥାପି ମନରେ ନ ରଖି କପଟ

        ବାଣ୍ଟିଥାଉ ସଦା ପ୍ରୀତି ll


ପରସି ଥାଉ ବାତ୍ସଲ୍ୟ ସଭିଙ୍କୁ 

  ଦେଇଥାଉ ଖାଲି ସୁଖ,

ପଣତ କାନିରେ ଘୋଡେଇ ରଖିକି

         ଦୂରକରୁ ସବୁ ଦୁଃଖ ll

 



Rate this content
Log in

Similar oriya poem from Fantasy