Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Fantasy

3  

Hrushikesh Satpathy

Fantasy

ମୁଁ କବିତା

ମୁଁ କବିତା

1 min
319


ମୁଁ...

ମୁଁ କବିତା

କବିଙ୍କର 

କଳ୍ପନାର ତାଜ୍

ନହୋଇ ପାରନ୍ତି ସିଏ

ମୋ'ପାଇଁକି 

ଦ୍ରାକ୍ଷାଶକ୍ତ ଦେବଦାସ

ମୁଁ କିନ୍ତୁ ତାଙ୍କ ଦେବଦାସୀ,

ତାଙ୍କ ଗୀତିର ଗାୟତ୍ରୀ,

ଦୁର୍ଲଭ ପ୍ରେୟସୀ !


ମୋ' ଘୁଙ୍ଗୁର

ତାଙ୍କ ପାଇଁ,

ମୋ'ଘୁଙ୍ଗୁର

ଅଭିଶପ୍ତ ନୁହେଁ

ହୋଇ ବି ପାରେନା ।


ବରଂ,

ତାଳେ ତାଳେ

ଲୟେ ଲୟେ

ଛନ୍ଦେ ଛନ୍ଦେ

ନୃତ୍ୟାଙ୍ଗନା ସାଜେ,

ନୃତ୍ୟରେ ନୃତ୍ୟରେ

ନୃତ୍ୟବିଭୋରା ମୁଁ !


ସୁରରେ 

ସୁର ମିଳାଇ

ଲାଳିତ୍ୟ ଲାବଣ୍ୟମୟୀ

ରୂପବତୀ ସାଜେ

ଗାଇଚାଲେ ତାଙ୍କ

ଜୀବନର ଗୀତି !


ତାଙ୍କ...

ଜୀବନ ଫର୍ଦ୍ଦର

ପୃଷ୍ଠାରୁ ପୃଷ୍ଠାରୁ

କାରୁଣ୍ୟ ଓ କଟାକ୍ଷ ଜହର,

କ୍ଷତ ବିକ୍ଷତ ଜୀବନର ବିଶ୍ଳେଷଣ,

ଲୋତକ ଓ ରୁଧିରର ବୁକୁଫଟା

ଲେଲିହାନ୍,ଚର୍ବିତ ଚିତ୍କାର ସବୁ

ମୋ' ବକ୍ଷକୁ ଚୁମିଯା'ନ୍ତି !


ମୁଁ...

ମୁଁ କବିତା

ମୋ'ରୂପରେ ଥାଏ ଲାଜ,

ଥାଏ ପୁଣି ସଂଭ୍ରମତା

ସରମି ସରମି ଆଖି

ନରମ ନରମ କଥା

ମଧୁର ମଧୁର ଭାଷା

କୋମଳ କୋମଳ କଣ୍ଠ

ଆଉ,ଏକ ପାରମ୍ପରିକ ଓଢଣୀ !


Rate this content
Log in

Similar oriya poem from Fantasy