STORYMIRROR

Minakshi Samal

Fantasy Others

3  

Minakshi Samal

Fantasy Others

ଅଭିମାନିନୀ ବର୍ଷା

ଅଭିମାନିନୀ ବର୍ଷା

1 min
335


କିଛି ତ ଘଟିଛି....

କିଛି ସମ୍ବେଦନଶୀଳ ଘଟଣା ଘଟିଛି,

ଦେଇଛି ମୌସୁମୀ ମନରେ ଦୁଃଖ

ହୃଦୟରେ ସୃଷ୍ଟି କରିଛି ତା'ର ଗଭୀର କ୍ଷତ

ବିଦଗ୍ଧ ହୃଦୟ ତା'ର ହୋଇଛି କ୍ଷତାକ୍ତ

ଧରା ପ୍ରତି ଆବେଗ ସବୁ ବରଫ ପାଲଟିଛନ୍ତି,

ପ୍ରକୃତିର କଲ୍ୟାଣ କରିବାକୁ ବିମୁଖା ସେ ଆଜି।

ବର୍ଷଣମୁଖରା ଶ୍ରାବଣୀ ଆଜି ସାଧିଛି ମୌନବ୍ରତ

ଆଗକୁ ଅଗ୍ରସର ହେବାକୁ ଅନିଛୁକା ସେ

ସ୍ପନ୍ଦନହୀନା ପାଲଟିଛି କାହିଁକି ସେ?

ପ୍ରକୃତି ସାଙ୍ଗେ ଏକାକାର ହେବାର 

ପ୍ରତିବନ୍ଧକ ସୃଷ୍ଟି କଲା କିଏ?

ଏ କ'ଣ ମାନବ

ଯେ ଦାୟୀ ଏସବୁ ପରିସ୍ଥିତି ପାଇଁ?

ପ୍ରକୃତିର ନିୟମର ଅନିୟମିତତା ପାଇଁ,

ଅବକ୍ଷୟ ପାଇଁ ଏବଂ ଅଧୋଗତି ପାଇଁ?

ମୌସୁମୀ ଏବଂ ଶ୍ରାବଣୀ 

ଦେଲେ ଉତ୍ତର ସମସ୍ବରରେ

ହଁ ହଁ ହଁ ହଁ ହଁ

ଏସବୁ ଅବକ୍ଷୟ ପାଇଁ ମାନବ ହିଁ ଦାୟୀ ପୂର୍ଣ୍ଣମାତ୍ରାରେ।

ମାନବ କିନ୍ତୁ ପୁରାପୁରି ଚୁପ୍

ଜବାବ ଦେବାକୁ ଭାଷା ପାଉନି ସେ

ପ୍ରାୟଶ୍ଚିତର ଉପାୟ ଖୋଜୁଛି ବୋଧହୁଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy