ତୁମ ନୀରବତା
ତୁମ ନୀରବତା
ନୀରବ ମନ ତଳେ କେତେ ଯାତନା
କହିବାକୁ ଯାଇ କହି ପାରେନା ।
ଏମନ ଖୋଜେ ଯାହା କେବେ ମିଳେନା
ମିଳେ ଯାହା କେବେ ମନ ବୁଝେନା ।।0।।
ମନତଳେ ତୁମ କେତେ ବଡ ଶୂନ୍ୟତା
ଜାଣିବାକୁ ଚାହେଁ ତୁମ ମନର କଥା ।
ସେ ଶୂନ୍ଯ ବଳୟ କେବେ ମାପି ହୁଏନା
ମାପିବ କିଏ ସେ ଯିଏ ଅଙ୍କ ଜାଣେନା (୧)
ନୀରବତା ତୁମ ମନେ
କଷ୍ଟ ଦିଏ ଅନୁକ୍ଷଣେ ।
ବୁଝିବାକୁ କେହି ଜଣେ
ସାଥୀ ମିଳେନା ।
ଯେଉଁ ସାଥୀ ମିଳେ
ସିଏ ଭଲ ପାଏନା (୨)
