ବହି
ବହି
ବହିଟିଏ ମୁଁ ବହିଟିଏ,ଶିକ୍ଷା ବିଭାଗର ସହିଟିଏ,
ଯେତେ ଶିକ୍ଷକ ଆଉ ଛାତ୍ର ଛାତ୍ରୀ,
ସଭିଏଁ ଅଟନ୍ତି ମୋର ମୈତ୍ରୀ,
ସମସ୍ତଙ୍କ ପାଇଁ ଉପାଦେୟ ତଥ୍ୟ,
ମୋଦେହେ ଧରି ମୁଁ ରହିଥାଏ ।।
ଅତୀତର ଘଟଣାବଳୀ,
ଅବା ଭବିଷ୍ୟର ପାଞ୍ଜି ଖଡ଼ି,
କେତେ କଥା ନଥା, ଗୀତ ଗପ ମାଳା,
ମୋ ହୃଦୟରେ ଭରିଥାଏ ।।
ବହିଟିଏ
ଛୋଟପିଲାଙ୍କ ମନଖୁସି,
ବୟୋଜ୍ୟେଷ୍ଠଙ୍କ ମିଷ୍ଟ ଭାଷି,
ଗଣିତ, ବିଜ୍ଞାନ, ଭୁଗଳ ସହିତ,
ହିନ୍ଦୀ ସଂସ୍କୃତ ବି ରହିଛି ମିଶି ।
ଜ୍ଞାନ ବଣ୍ଟନର କୁହୁକ ପେଢ଼ି ମୁଁ,
ଖୋଲିଲେ ମୋ ଗୁଣ ବଢିଯାଏ ।।
ବହିଟିଏ
ଯେତେକ ପୁରାଣ ପୋଥି,
ବେଦ, ଗୀତା, ଉପନ୍ୟାସଟି,
ପୁରାତନ କାଳୁ ସାଇତା ହୋଇଣ,
ମୋ ଆତ୍ମ ପୃଷ୍ଠାରେ ରହିଥାଏ ।
ଦାର୍ଶନିକ ଓ ସାହିତ୍ୟିକ,
ଅବା ହେଉ ସେ ବୈଜ୍ଞାନିକ,
ପ୍ରାରମ୍ଭରୁ ମୋ ସହ ଖେଳିଣ,
ନୂଆଁ ତଥ୍ୟ ମାନ ପାଇଥାଏ ।।
ବହିଟିଏ,
ମୋଦେହରେ ବିଭିନ୍ନ ଛବି,
ମୋ ମାଲିକ ଲେଖକ କବି,
ନାନା ଶବ୍ଦ ରଙ୍ଗେ ଲିଖନ ଶୈଳୀରେ
ମୋ ରୂପ ମହତ ବଢିଯାଏ ।
କେତେ ରସଭଙ୍ଗୀ, ଶବଦ ଢାଞ୍ଚା,
ପୂରଣ କରେ ମନବାଞ୍ଛା,
ସେଥିରେ ମୋ ମୂଲ୍ୟ ବଢିଯାଏ ।।
ବହିଟିଏ,
କେତେ ସୁଖ ଦୁଃଖ କାହାଣୀ,
ହାସ୍ୟ ବ୍ୟଙ୍ଗାତ୍ମକ ରଚନା ପୁଣି,
ସଭିଙ୍କ ମନର ବ୍ୟକ୍ତିତ୍ୱ ପ୍ରକାଶ,
ମୋ ଚର୍ମ ମର୍ମରେ ହୋଇଥାଏ ।
ମୋତେ ନେଇ ପୁଣି, କାର୍ଯ୍ୟ ବିଭିନ୍ନ,
ଗଢ଼ା କେତେ ଯେ ଅନୁଷ୍ଠାନ,
ମୋ ବିନୁ ସଂସାର ନିଷ୍କ୍ରିୟ ଅଟଇ,
ମୁଁ ସମୟର ଜ୍ଞାନ ସ୍ୟାହିଟିଏ ।।
ବହିଟିଏ ମୁଁ
ଯେତେ ରାଜା ଯେତେ ମନ୍ତିରୀ,
ସଭିଙ୍କର ମୁଖ ଜନ୍ତିରୀ,
ସଭାରେ ପଣ୍ଡିତ, ଆଉ ପ୍ରବଚକ,
ମୋ ବିନା ଜିଅନ୍ତା ମୂର୍ତ୍ତିଟିଏ ।
ପୃଥିବୀର ଦେଶ ଯେତେକ,
ହୋଇପାରେ ଭାଷା ଅନେକ,
କାଗଜ ମୋ ଆତ୍ମା,କଲମ ମୋ ପ୍ରାଣ,
ସମସ୍ତଙ୍କ ମୁଁ ଲୋଡ଼ା, ନିହାତି ହେ !
ବହିଟିଏ !
