Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Kumari Pradhan

Fantasy

4.7  

Kalpana Kumari Pradhan

Fantasy

ଅସମାହିତ ପ୍ରଶ୍ନ

ଅସମାହିତ ପ୍ରଶ୍ନ

1 min
701


ସ୍ମୃତି ଆଇନାରେ ତୁମ ଛବି

    ଆଜିବି ଝଲସୁ ଅଛି l


କେତେ କଥା ସତେ ମନେ

   ଭାବିଥିଲି କହିପାରିଲିନି କିଛି l


ସରଳ ବ୍ୟକ୍ତିତ୍ୱ, ନୟନ ଯୁଗଳ

    ମନ ନେଇଥିଲା କିଣି l


ଅବୁଝା ଏମନ ତୁମ ନାମ

     ରଟୁ ଥିଲା ଦିବାନିଶି l


ଆଶାର ଆକାଶେ ପୂର୍ଣ୍ଣ ଇନ୍ଦୁ

     ସାଜି ଉଇଁଥିଲ ତୁମେ l


"ଭଲପାଏ ବୋଲି "ପଦିଏ କଥା

    ନସ୍ଫୁରିଲା ତୁମ ଆଗେ l


ଅସମାହିତ ପ୍ରଶ୍ନ ସାଜି ପ୍ରେମ

   ରହିଗଲା ମୋ ପାଇଁ l


ତୁମ ଆଖିରେ ଦିନେ କେବେ

    ମୋ ପ୍ରତିଛବି ଦେଖିନାହିଁ l


ହୃଦୟେ ତୁମର ଜାଗାଟେ ନପାଇ

     ବୁଝିଛି ପ୍ରେମର ଦହନ l


ତଥାପି କାହିଁକି ତୁମନାମ ଶୁଣି 

      ବଢିଯାଏ ହୃଦ ସ୍ପନ୍ଦନ l


ଦୁଃଖଦିଏ ନିତି ଅଭୁଲା ଅତୀତ

      ଆଖିରେ ତୁମରି ସ୍ବପ୍ନ l


ଭାବନା କଳ୍ପନା ସବୁଥିରେ ତୁମେ

    ଭୁଲି ହୁଏନା ସେଦିନ l


ଆକାଶ ଚାନ୍ଦ କୁ ଚାହିଁ

    ପୁଲକିତ ହୁଏ କୁମୁଦିନୀ l


ତୁମରି ଖୁସିରେ ଖୁସି ମନ

    ଆଉ କିଛି ଚାହେଁନି ।


Rate this content
Log in

Similar oriya poem from Fantasy