STORYMIRROR

Manaswini Patra

Children Stories Fantasy Inspirational

4  

Manaswini Patra

Children Stories Fantasy Inspirational

ମା'

ମା'

1 min
573

ଜୀବନର ଏହି ଅକୁହା ପଥରେ

ଯାହାର ସମର୍ଥ ପାଇ,

କରିପାରିଛନ୍ତି କେତେ ଭଲ କର୍ମ

ମା' ପରା ଆମ୍ଭ ସେଇ ।


ପ୍ରଭୂଙ୍କ ଆଶୀର୍ବାଦ ତୂଲ୍ଯ ଅଟେ ପରା

ମା'ର ଆଶୀର୍ବାଦ,

ସେଇ ଆଶୀର୍ବାଦ ସାଥେ ଥିଲେ ଜାଣ

କ୍ଷୟ ହୁଏ ସବୁ କଷ୍ଟ ।


ଦଶମାସ ଦଶଦିନ

ଗର୍ଭରେ ଧରି ପୁଣି କରିଛି ପାଳନ,

ସେହି କଷ୍ଟ ଯେବେ ମନେ ପଡିଯାଏ

ଥରି ଉଠେ ଦେହ ମନ ।


ସନ୍ତାନ ବା ତା'ର ନୟନପିତୁଳା

ପରିବାର ତା' ଜୀବନ,

ନିଜ ପାଇଁ କେବେ କିଛି ମାଗେ ନାହିଁ

ପୁଣି କରି ଯାଏ କେତେ କର୍ମ ।


ନିଜ ଖୁସି ସବୁ ବଳି ଦେଇ ଯାଏ

ପରିବାର ଖୁସି ପାଇଁ,

ପାର କରିଯାଏ ସବୁ କଣ୍ଟଟା ପଥ

ସନ୍ତାନର ସୁଖ ପାଇଁ ।


ମନରେ ଥାଉ ସେ ଯେତେ ଦୁୁଃଖକଷ୍ଟ

କେବେ କାହାକୁ କୁୁହଇ ନାହିିଁ ,

ସବୁ କଷଣ କୁ ମନେ ଚାପିଦେଇ

ଆଗକୁ ସେ ବଢିଇ ।


ସନ୍ତାନ ପାଇଁ କି ସୁରକ୍ଷିତ ସ୍ଥାନ

ମା'ର ପଣତ କାନି ,

ସେ ପଣତ ଆମ୍ଭ ଶିରେ ରହିଥିଲେ

ଜୀବନଯାଏ ଖୁସିରେ ଭରି ।


ମା' ପରା ଏକ ଅମୂଲ୍ୟ ସମ୍ପଦ

ତା' ତୂଲ୍ୟ ଆଉ କେ କାହିଁ,

ଏ ସମ୍ପଦ ଯେବେ ପାଖେ ରହିଥାଏ

ସବୁ ଦୁଃଖ ଯାଏ ଧୋଇ ।


Rate this content
Log in

More oriya poem from Manaswini Patra