ଶେଷ ଗୀତ
ଶେଷ ଗୀତ
ଜାଣେନି ଭୁଲ କି ଠିକ୍
ବାସ୍ ମନ ପ୍ରାଣ ଆଜି
ବାରମ୍ବାର କୁହେ
କରୁଥିବା କଥା ଠିକ୍ ।
ଲୁହରେ ଲୁହରେ
ହସେ ବିଭୀଷିକା
ଜାଣିନ ସେ ଦୁଃଖ
ଅଟହାସ୍ୟ ମରୀଚିକା ।
ତୁମେ କି ବୁଝିବ ଜୀବନ ବେଦନା
ଧୋକା ମୁଁ କେତେ ଯେ ପାଇଛି
ଖାଲି ଯେ ଯନ୍ତ୍ରଣା ଖାଲି ଯେ ଯନ୍ତ୍ରଣା
ଏକା ଏକା କେତେ ସହିଛି ।
ଯନ୍ତ୍ରଣା ଜୁଆର
ଭାଙ୍ଗେ ବନ୍ଧ ବାଡ଼
ମୋ ଜୀବନ ପଥେ
ଖୋଦିଛି ଯେ ଗାଢ଼ ।
ପ୍ରତାରିତ ନୁହେଁ
ଅଟହାସ୍ୟ ସାଜି
ପ୍ରତି କ୍ଷଣେ ଦୁଃଖ
ହେଉଥିଲା ମାଜି ।
ମୋ ପରି ଯଦି
ଆଉ କିଏ ଆସେ
ପ୍ରଶ୍ନ ଅନେକ କରିବ
କଥା ତାର ଟିକେ ବୁଝିବ ।
ସମ୍ପର୍କ କରିଲେ
ଦୁରଭାସ ଯନ୍ତ୍ରେ
କଥା ଟିକେ ହୋଇଯିବ
ବୁଝାଇବାକୁ ଚେଷ୍ଟା କରିବ ।
ତୁମ କଥାରେ ବଦଳି ପାରେ
ହୁଏତ ତା ନିଷ୍ପତି
କାଲାମ କହନ୍ତି
କଥାରେ କଥାରେ ବସ ହୋଇପାରେ ହାତୀ ।
ଆଶା ସବୁ ମୋର
ଚୁନା ହୋଇଗଲା
ସପନ ଯେ
ହୋଇଛି ଭିଣା ।
ଆଜି ଟିକେ ଖାଲି
ବଞ୍ଚିବାକୁ ଚାହେଁ
କାଲିର ନାହିଁ ଯେ ଆଶା
ସୁଖରେ ଦୁଃଖରେ ନକରି ଭରସାv।
ଭଲ ପାଅ ଯଦି
ଭୁଲିଯିବ ମୋତେ
ହୃଦୟ ଗାଉଛି
ଏହି ଶେଷ ଗୀତ ।
