STORYMIRROR

Tilottama Prusty

Fantasy Others

4  

Tilottama Prusty

Fantasy Others

ଦୀପାବଳୀ

ଦୀପାବଳୀ

1 min
607

ଦୀପାବଳୀ ଅଟେ ଆଲୋକର ପର୍ବ

         ସୁନ୍ଦର ଦିଶୁଛି ଗାଁ ସହର

ହୃଦୟ ଭିତର ଆଲୋକିତ କରି

         ଦେଖ ଭାଇ ଥରେ ସାରା ସଂସାର।

ରାମଚନ୍ଦ୍ର ଫେରିଥିଲେ ବନବାସୁ

          ସେ ଦିନୁ ପାଳିତ ଦୀପାବଳୀ

ପୁଜା ମଣ୍ଡପରେ ପୂଜିତ ହୁଅନ୍ତି

           ଏହି ଦିନ ମା' ଶ୍ୟାମାକାଳୀ।

ନୃସିଂହ ରୂପରେ ଏହିଦିନ ପ୍ରଭୁ

           ବଧ୍ଧ କରିଥିଲେ ହିରଣ୍ୟକୁ

ଅସତ୍ୟ ଉପରେ ସତ୍ୟର ବିଜୟ

           କରି ରଖିଥିଲେ ସଂସାରକୁ।

ଏହି ଦିନଟିରେ ମା' ଅନ୍ନପୂର୍ଣ୍ଣା

            ସମୁଦ୍ରରୁ ଯାତ ହୋଇଥିଲେ

ସଂସାର ଦାୟିତ୍ଵ ସ୍ବୟଂ ନାରାୟଣ

             ତାଙ୍କ ଉପରେ ଯେ ଦେଇଥିଲେ।

ଆଲୋକ ମାଳାରେ ଆଲୋକିତ କର

              ଭାବିଚିନ୍ତି ସର୍ବେ ଫୁଟାଅ ବାଣ

ସେ ବାଣ ପ୍ରଭାବେ ବାୟୁମଣ୍ଡଳକୁ

             କରନାହିଁ ଆଉ ପ୍ରଦୂଷଣ।

ଅସାବଧାନ ଯେ ହୋଇଗଲେ ଥରେ

             ବାଣ ନେଉଛି ପରା ଜୀବନ

ଲେଖାଟି ବୁଝିକି ବିଚାର କରନ୍ତୁ

             ଭୁଲ୍ କି କହୁଛି ଜ୍ଞାନିଗଣ।

              



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy