STORYMIRROR

Samita Swain

Fantasy Others

4  

Samita Swain

Fantasy Others

ସ୍ମୁତି ତ ଏମିତି

ସ୍ମୁତି ତ ଏମିତି

1 min
496

ସ୍ମୃତି ତ' ପ୍ରଫୁଲ କମଳ କାନନ

    ଅମୃତ ସାଗର ବିନ୍ଦୁ

ସମୟ ସଂଯୋଗେ ଚେଇଁ ଉଠିଥାଏ 

    ଛୁଇଁବାକୁ ହୃଦସିନ୍ଧୁ।।


ମନ ବେଳାଭୂମି ଓଦା ବାଲିପରେ 

  ସ୍ମୃତିଯେ ସାଇତା ଥାଏ

ହୃଦତରଙ୍ଗରୁ ଢେଉ ଯେବେ ଆସେ

   ସ୍ମୃତି ଉଦ୍ଜୀବିତ ହୁଏ।।


ହୃଦ ମନ୍ଦିରରେ ସ୍ମୃତି ମୁଖଶାଳା

   ରୂପକଳ୍ପରେ ଚିତ୍ରିତା

ଭାବ ଆବେଗରେ ଜୀବନ୍ତ ଲାଗଇ

   ଦୁର୍ଲଭ ସେ ଆତ୍ମସତ୍ତା।।


ସ୍ମୃତିକୁ ସଜେଇ ଫୁଲ ପାଖୁଡାରେ

   ସୁନା ସିନ୍ଦୁକେ ସାଇତି

ମଧୁ ସୁରଭିରେ ମହକଇ ମନ

   ସ୍ପନ୍ଦନରେ ରହେ ନିତି।।


ସ୍ମୃତି ତ ଏମିତି ନୁହେଁ ଭୁଲିବାର

   ପାଉଁଶ ତଳର ନିଆଁ 

ଭିଜିଭିଜାଏ ସେ ସମୟ ସହିତ 

  ଦେଇ ଭାବାବେଗ ଛୁଆଁ।।


ଅଦେଖା ବ୍ଯଥାର ଅଭୁଲା ଅତୀତ 

  କୋହ ମୋହ ଭିଜିଥିଲେ

ସ୍ମୃତି ହୋଇଥାଏ ଲୁହର ଝରଣା

  ଝରଝର ଝରି ଚାଲେ।।


 ଧୈର୍ଯ୍ଯବାଲି ବନ୍ଧ ଜୀବନ ସାଗରୁ

  ଯେବେ ଟଳମଳ ହୁଏ

ସେତେ ବେଳେ ସ୍ମୃତି ବିସ୍ମୃତି ଗର୍ଭରେ

   ଆପେ ଲୀନ ହୋଇଯାଏ।।


ଅନୁଭବର ସେ ଅଧୀର ଆବେଗ

   ଅନ୍ତରର ଅଭିବ୍ୟକ୍ତି 

ସ୍ମୃତି ନଦୀତୀରେ ସୁପ୍ତ ଚେତନାରେ

   ସଦାହୁଏ ଅନୁରକ୍ତି।।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy