ସାଉଁଟା ସ୍ମୃତି
ସାଉଁଟା ସ୍ମୃତି
ଜୀବନ ଗଙ୍ଗାରେ କେତେଯେ ଘଟଣା
କେତେ ଦୁର୍ଘଟଣା ଆସେ
ମନ କାଗଜରେ ଆଙ୍କିହେଲା ଯିଏ
ସ୍ମୃତିର ରୂପେ ସେ ଭାସେ ।
ଅଭୁଲା ଅତୀତ କାଳେ କବଳିତ
ଅଫେରା ଅତୁଟ ବାର୍ତ୍ତା
ବେଳ ଅବେଳରେ ଦୃଶ୍ୟପଟ୍ଟ ମୁହଁ
କହେ ସାଉଁଟା ସ୍ମୃତିର କଥା ।
ଅତଳ ଜଳରେ ସାଗର ଗର୍ଭରେ
ହଜିଛି ଅତୀତ ଗାଥା
ଭଗ୍ନ ସ୍ତୁପ ପରି ଅମା ଅନ୍ଧାରରେ
କାନ୍ଦୁଛି ଉତ୍କଳ ମାତା ।
ପ୍ରଗତି ନାଆଁରେ ଅପଭ୍ରଂଶ ହେବା
ସଂପ୍ରତି ସମାଜ ଛବି
ମଦିରା ନିଶାରେ ଇଜତ ଲୁଟିଲେ
ଅସ୍ତାଚଳ ଗଲେ ରବି ।
ମୁହେଁ ନାହିଁ କାହାପ୍ରୀତିର ପିୟୁଷ
ସମ୍ପର୍କେ ପଡୁଛି ବେଡି
ଟିପେ ଭୂମିପରେ ମୋହାର୍ଚ୍ଛନ ହୋଇ
ମସ୍ତକ ଯାଉଛି ଛିଡି ।
ସନ୍ଧ୍ୟାରେ ଶୁଭୁନି ଶୁଭ ଶଙ୍ଖନାଦ
ଶୃଗାଳ ଭୁକୁନି ରାତ୍ରେ
ଯନ୍ତ୍ର ଦାନବ ତନ୍ତ୍ର ମନ୍ତ୍ରରେ
ସାପବି ରହୁନି ଗାତ୍ରେ ।
ହଜିଗଲା ସେହି ଦାଣ୍ଡ ଧୂଳି ଖେଳ
ମାଟି ବାସ୍ନା ହେଲା ସ୍ବପ୍ନ
ବିଦୀର୍ଣ୍ଣ ହୋଇଲା ପ୍ରାକୃତିକ ଶୋଭା
ବିଧ୍ଵଂସ ପାଇଲା ବନ ।
ପୋଥି ପୁରାଣର ତର୍କ ବିତର୍କ
ପୂର୍ବ ପୁରୁଷଙ୍କ ବେଉଷା
ଦାଣ୍ଡରେ ପଢିକି ହାଟରେ ଗଡ଼ିଲା
ପଦବୀ ହୋଇଲା ନିଶା ।
ଦେଶୀ ଭାଷା ଭୁଷା ବିଲୁପ୍ତ ହୋଇଲା
ବିଦେଶୀ ହୋଇଲା ଉର୍ନତ
ଓଡ଼ିଆ ର ଗର୍ବ ଗୌରବକୁ ଭାଳି
କଳା ହୋଇଗଲା ବିକୃତ ।
ଯେଉଁ,ସାଉଁଟା ସ୍ମୃତିଟି ଅଦ୍ୟାପି ବଂଚିଛି
ହେଇ ଯାଉ କାଳଜୟୀ
ଅଧୁରା ବିଧୁରା ଉତ୍କଳ ଜନନୀ
ପାଉଥାଉ ଚିରସ୍ଥାୟୀ ।
ଚାକଚକ୍ୟ ମୟସଂସାର ଘାଟରେ
ଯେଉଁ,ସାଉଁଟା ସ୍ମୃତି ଟି ଘାରୁଛି
କର୍ପୁର ବିହୀନ ଆବଶ୍ୟକ ହୀନ
କନା ପରି ପଡି ରହିଛି ।
