ମାନବିକତା
ମାନବିକତା
ସରବ ସହଣୀ ବସୁଧା ଜନନୀ
ଜଗତର କଲ୍ୟାଣ ନିମିତ୍ତ
ଅନେକ କଷ୍ଟକୁ ସହୁଛି ,
ସ୍ରଷ୍ଟାଙ୍କର ସୃଷ୍ଟି ତିଷ୍ଠିବା ପାଇଁକି
ସର୍ବଶ୍ରେଷ୍ଠ ପ୍ରାଣୀ ମାନବକୁ ଗଣି
ସର୍ବଦା ପାଳନ କରୁଛି |
ଚେତନା ରୂପକ ଆୟୁଧକୁ ଏଠି
ବିଶ୍ୱାସ ଖିଅରେ ବାନ୍ଧିକି
ମାନବକୁ ଟେକି ଦେଈଛି ,
ମଣିଷର ସବୁ ପାଶବତା ପାଶେ
ଦୁଇ ହାତ ଟେକି
ଗୁମୁରି ଗୁମୁରି କାନ୍ଦୁଛି |
କ୍ଷଣିକ ଆଲୁଅ ଆଭାଷ ଲାଳସେ
ଅଜ୍ଞାନ ରୂପକ ମତ୍ସ୍ଯଟିଏ ଯେହ୍ନେ
ତରୀ ଗର୍ଭେ ଝାସ ଦେଉଛି ,
ଷଡ଼ରିପୁଙ୍କର ଅଙ୍ଗୁଳି ନିର୍ଦେଶେ
କାମାନ୍ଧ ମଣିଷ ଦେହର ଲାଳସେ
ସଂସ୍କାରକୁ ଭୁଲି ଯାଉଛି |
ଚାକଚକ୍ୟମୟ ସଂସାର ହାଟରେ
ଧର୍ମର ପସରା ଛାଡିକି
ଅଧର୍ମ ସଉଦା କିଣୁଛି ,
ମରୀଚିକା ରୂପ ପାଶବତା ପାଶେ
କର୍ପୁର ବିହୀନ ଆବଶ୍ୟକହୀନ
କନା ପରି ମନେ ହେଉଛି |
ନିର୍ବୋଧଟେ ଏଠି ଗୁହାରି କରୁଛି
ମୋ ଅଧିରା ମାଆକୁ ପୂର୍ଣ୍ଣଗର୍ଭା କର
ଚେତନାର ବିର୍ଯ୍ୟ ଭରିକି ,
ସୁନ୍ଦର ସୃଷ୍ଟିକୁ ରୁଚିବନ୍ତ କର
ମାନବ ରାଇଜେ ଆସିକି
ମାନବିକତା ଭେଟି ଦେଇକି |