ଆଜିର ସମାଜ
ଆଜିର ସମାଜ


ମନ୍ଦକୁ ଏଠିରେ ସଭିଏଁ ଖୋଜନ୍ତି
ଭଲର ଆସ୍ଥାନ ନାହିଁ ,
ମନ୍ଦ ଅପକର୍ମ ସବୁ କରି କରି
ପାପ ଅରଜୁଛୁ କାହିଁ |(1)
ସଂସାର ବାରିଧି ସର ହେଲେ ଏଠି
ମଛ୍ୟଙ୍କ ରୂପରେ ନର ,
ଜଞ୍ଜାଳ ଜାଲରେ ବାନ୍ଧିହୋଇ ସବୁ
ଆପଣା ହେଲେଣି ପର |(2)
ମାନବ ଦେହରେ ମାଧବ ଅଛନ୍ତି
ଜାଣିପାରୁନାହୁଁ ତୁହି ,
କେମନ୍ତ ରୂପରେ ବୁଝାଇବି ତତେ
ଆରେ ମୋ ମଣିଷ ଭାଇ |(3)
ମାନବ ସେବାହିଁ ମାଧବ ସେବାଟି
ଚିତ୍ତେ ରହିଅଛି ଯାର ,
ଧରମ ରୂପକ ଆଶାବାଡି ଧରି
&n
bsp; ସଂସାରୁ ହୋଇବ ପାର |(4)
ଷଡ଼ରିପୁଙ୍କର ବଶବର୍ତ୍ତୀ ହୋଇ
ଯିଏ ଯାହାବି କରୁଛି ଶିକ୍ଷା ,
କଷ୍ଟ ହିଁ ତାହାର ଶେଷ ପରିଣାମ
ତାଙ୍କୁ କେହି ନ କରିବେ ରକ୍ଷା |(5)
ଧର୍ମକୁ ଏଠିରେ ଗଣ୍ଠିଲି ଭାବିକି
ରଖିଥିବୁ ଯଦି ସାଇତି ,
ଜୀବନ ଯମୁନା ପାରିହେବୁ ତୁହି
ପୁଣ୍ୟର ନୌକା ବାହିକି |(6)
କବିତା ମାଧ୍ୟମେ ଛୋଟିଆ ପ୍ରୟାସ
ଯିଏବା ପଢିବ ଥରେ ,
ବାସ୍ତବକୁ ଧରି ମରୀଚିକା ଛାଡି
ସଂସାରୁ ତରିବ ଭଲେ |(7)