ତୁମେ
ତୁମେ
ସକାଳର କିରଣରେ ତୁମେ
ରାତ୍ରିର ଚନ୍ଦ୍ରମାରେ ତୁମେ
ରଙ୍ଗର ତୂଳୀରେ ତୁମେ
ଆଇନା ପ୍ରତିଛବିରେ ହଁ ତୁମେ ତୁମେ ତୁମେ ||
ଆଖିର ପଲକରେ ତୁମେ
ସ୍ୱପ୍ନର ନିଦରେ ତୁମେ
ବାଟର ଠିକଣା ତୁମେ
ନଦୀର ତୁଠରେ ହଁ ତୁମେ ତୁମେ ତୁମେ ||
ଜ୍ୟୋସ୍ନାର ପୁଲକରେ ତୁମେ
ଫଗୁଣ ବର୍ଷାରେ ତୁମେ
ସାଗର ଢେଉରେ ତୁମେ
ଝରଣା ଶୀତଳ ଛୁଆଁରେ ହଁ ତୁମେ ତୁମେ ତୁମେ ||
ସଙ୍ଗୀତ ସୁରରେ ତୁମେ
ମନର ମୀତଟିଏ ତୁମେ
ନୌକର ନାଉରୀ ତୁମେ
ଘାଟର ବାଟୋଇ ହଁ ତୁମେ ତୁମେ ତୁମେ ||
