Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kali Kumar

Abstract Classics Fantasy

4.5  

Kali Kumar

Abstract Classics Fantasy

ପରେ କହିବି

ପରେ କହିବି

1 min
401


ପ୍ରାପ୍ତି ଅପ୍ରାପ୍ତିର

ସୀମାରେଖା ଟାଣି ଦେଇ,

ତୁମେ ବିଦାୟ ନେଲ

ଆଗ କଥା ସବୁ

"ପରେ କହିବି" କହି ।।

ମୁଁ ଅଟକି ଯାଏ

ସେହି ସ୍ଥାନରେ

ଯେଉଁଠି ତୁମେ ହାତ ଛାଡ଼ି

ଚାଲିଯାଅ, ତୁମ ଅନ୍ତପୁରେ;

ତା ପରେ; ସମ୍ମୁଖେ ଗଢ଼ି ଉଠେ

ଆଗତ ଭବିଷ୍ୟର ସମ୍ଭାବନାମୟ ଆକାଶ

ଜନ୍ମ ନିଏ କେତେ କେତେ ଅଭିଳାଷ

ପୁଣି, ମନେ ଉଙ୍କି ମାରେ ଅସଂଖ୍ୟ ଅସୁମାରି ପ୍ରଶ୍ନ

ଚେତନା ଚୈତନ୍ୟ ହରାଇ, ଚିନ୍ତେ !

କେତେ ସୁଦୀର୍ଘ,କେତେ ପରିବ୍ୟାପ୍ତ,

ପ୍ରେମର ଏ ସୁନ୍ଦର ଉପବନ

ଯହିଁ ପାଦେ ପାଦେ ଭେଟେ ମୁହିଁ

ଅନିଶ୍ଚିତ ଆକର୍ଷଣ ଓ ଅସ୍ପଷ୍ଟ ଆତଙ୍କର ଚିହ୍ନ ।।

ନା ସେ ଅନିଶ୍ଚିତ ଆକର୍ଷଣକୁ

ହୃଦ ପଞ୍ଜୁରୀରେ

ପ୍ରୀତିର ଡୋରିରେ ବାନ୍ଧି ପାରୁଛି,

ନା ସେ ଅସ୍ପଷ୍ଟ ଆତଙ୍କକୁ

ମନର ମୁକ୍ତକାଶେ

ନିର୍ଦ୍ୱନ୍ଦରେ ଉଡ଼େଇ ଦେଇ ପାରୁଛି,

କେବଳ !

ଆକଣ୍ଠ ଉଦରସ୍ଥ ଏକ ସୁଦୀର୍ଘ ନିଶ୍ୱାସ ନେଇ

ମୁଁ ଅଟକି ଯାଏ,

ତୁମେ ଫେରିଗଲା ପରେ

ଆଗ କଥା ସବୁ

"ପରେ କହିବି" କହି ! 


Rate this content
Log in

Similar oriya poem from Abstract