ସହଭାଗୀତା
ସହଭାଗୀତା
ସାହିତ୍ୟ ସ°ସ୍କୃତି ଧର୍ମ ପୁଣ୍ୟ କାର୍ଯ୍ୟ
ବ୍ରତ ଦେଶସେବା ରକ୍ଷା
ଗଠନ ମୂଳକ କଲ୍ୟାଣକାରକ
ପର୍ଯ୍ୟାବରଣ ସୁରକ୍ଷା ।
ଏକାକୀ କରିବା ଅଟଇ ଦୁଷ୍କର
ବୃହତ୍ତର ଜନହିତ
ଲୋଡ଼ା ହୋଇଥାଏ ଜନ ସହଯୋଗ
ସହଭାଗୀ ସହମତ ।
ଲାଗୁଥାଏ ଯାହା ଅସମ୍ଭବ କଷ୍ଟ
ସାଧାରଣ ଦୃଷ୍ଟିକୋଣେ
ଅକ୍ଳେଶରେ ତାହା ହୁଏ ସମ୍ପାଦନ
ସହଭାଗୀତା କାରଣେ ।
ଏକତା ସ°ହତି ସହଭାଗୀ ଶକ୍ତି
କରେ ଆଶ୍ଚର୍ଯ୍ୟ ଚକିତ
ବିନାଶି ପାରଇ ଅଜ୍ଞାନ ଅନ୍ଧାର
ପାପ ତାପ କଳମୁଷ ।
ସହଭାଗ ସୂତ୍ରେ ଉଲ୍ଲସେ ଜୀବନ
ଶକ୍ତି ହୁଏ ଉଜାଗର
ସୁଗମ ହୁଅଇ ବିକାଶର ଧାରା
ସୁଲଭ ଦିବ୍ୟ ସୁଗୁଣ ।
ଶୁଭୁ ଜୟଘୋଷ ହେଉ ନବନ୍ମେଷ
ପ୍ରକଟନ୍ତୁ ଜୟ ଦୁର୍ଗା
ପରାଭବ ଲଭୁ ବିକଟ ମହିଷା
ସ୍ୱଚ୍ଛନ୍ଦୁ ଏ ପୁଣ୍ୟତୋୟା ।
