STORYMIRROR

Sudeshna Pradhan

Fantasy Children

4  

Sudeshna Pradhan

Fantasy Children

ଶିଶୁଟିଏ

ଶିଶୁଟିଏ

1 min
564

 ଶିଶୁଟିଏ ସେ ଶିଶୁଟିଏ,                 

ଏ ଦେଶର ଭବିଷ୍ୟତ ସିଏ,              

ଟୁରୁ ଟୁରୁ ଚାଲି  ଠୁରୁ ଠୁରୁ ହସ         

ମନକୁ ଆମର ମୋହିନିଏ |

       

ଟିକିନାଲି ଓଠେ ଟିକି ହସ,              

ସବୁ ଜନମନ କରେ ବଶ,            

ଯତନରେ ତାକୁ        

ପାଳନ କରିଲେ,   

ବଡ ହୋଇ ରଖିବ ସେ ଯଶ |

          

ଟିକି ହାତଗୋଡ ଟିକି ଦେହ,            

ଆମ ଟିକି ସୁନା ପୁଅଝିଅ,            

ସୁପୋଷଣ ସହ      

ସୁଜ୍ଞାନ ପାଇଲେ,   

ସାଜିବ ଦେଶର ସେ ଆଲୁଅ |

         

ସଦଗୁଣେ ତାକୁ ଦିଅ ଗଢି,             

ଫୁଟିବ ଦିନେ ସେ ଜ୍ଞାନ କଢି,        

ଦେଶପାଇଁ ସେ    

ଭଲ କାମ କରି,       

ଚାଲିବ ଆଗକୁ ବଢ଼ି ବଢ଼ି  |

       

ଶରୀରର ତାର ନେଇଯତ୍ନ,            

ମନରେ ଭରି ସୁଗୁଣ ରତ୍ନ,            

ଯେମିତି ବୁଣିବା      

ସେମିତି ପାଇବା     

ଫଳ ଫଳିବ କଲେ ପ୍ରଯତ୍ନ |     

        

ଶିକ୍ଷା ସହ ଦେଇ ଗୃହ କର୍ମ,       

ସେଵାମନୋଭାବ ସହ ଧର୍ମ,            

ନାନା ଗୁଣଧାରେ     

ଭୁଷିତ ହୋଇଣ,     

ଜିଣିବ ଦେଶ ବାସୀଙ୍କ ମର୍ମ |

           

ଶିଶୁ ହସିଲେ ହସେ ଦେଶ,              

ଆଜି ଶିଶୁ କାଲି ନାଗରିକ,            

ବୃକ୍ଷପରି ତାର    

ଜାଗ୍ରତ ନେଲେ,       

ହଟିଯିବ ଦେଶୁ ସବୁ ଦୁଃଖ |

        

ପୁଅଝିଅ କିଛି ଭେଦ ନାହିଁ,              

ସବୁ ଶିଶୁ ସମାନ ଅଟଇ,              

ପୂରୁବ ପଶ୍ଚିମ    

ନ ଥିଲେ ଦୁଇଟି,       

ଦିନରାତି ହୁଅନ୍ତାକି ଭାଇ ।

        

ଝିଅଠେ ନ କର ମନ ଉଣା,            

ପୁଅକୁ ଭାବନି ଖାଣ୍ଟି ସୁନା,              

ଭଲ କର୍ମ କଲେ    

ଭଲ ବୁଦ୍ଧି ବଳେ         

ଜୀବନେ ଆନନ୍ଦ ମିଳେସିନା |

         

ଶିଶୁକୁ ଦିଅ ତା ଅଧିକାର,           

ସମଭାବେ ସେବ ଦୁହିଁଙ୍କର,         

ବଡହେଲେ ଦୁହେଁ      

ଜଗତକୁ ଜିଣି    

ରଖିବେ ଟେକ ଆମ ଦେଶର |

             

ଏଇ ଶିଶୁ ଦିନେ ବଡ଼ ହେବ,               

ବାପୁଜୀ, ନେତାଜୀ ବୋଲାଇବ,             

ଚାଚା ନେହେରୁଙ୍କ      

ଭଲ ପାଇବାକୁ      

ସବୁ ମନ ମଧ୍ୟେ ବୁଣିଦେବ |



Rate this content
Log in

Similar oriya poem from Fantasy